Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ଅସମାହିତ ଏକ ପ୍ରଶ୍ନ

ଅସମାହିତ ଏକ ପ୍ରଶ୍ନ

1 min
6.9K


ଦେଖି ପାରୁଥିଲା

ଶୁଣି ପାରୁଥିଲା...

ସୁଖ ହେଉ କି ଦୁଃଖ

ଛୁଇଁ ତାକୁ

ଖୁବ୍ ନିକଟରୁ

ଅନୁଭବ କରି ପାରୁଥିଲା...

ଭୁଲ-ଠିକ୍, ପାପ-ପୂଣ୍ୟର

ଟିକିନିଖି ହିସାବ

କରି ପାରିବାର ବିବେକ ରଖୁଥିଲା...

ଜୀବନ୍ତ ବି ସେ

ଫୁଟିବାର ସମସ୍ତ ସମ୍ଭାବନାକୁ ନେଇ

ଚଉଦିଗା ମହକୁଥିଲା...

ହଠାତ୍ ଦିନେ

ମୁଠାଏ ମାଟି କରି ନିଜକୁ

ଓଜାଡ଼ି ଦେଲା

ଖେଳି ସାରିଲା ପରେପରେ

ନିଜର ହାତ ଝାଡ଼ିଝୁଡ଼ି ଦେବ ଯିଏ

ତାକୁ ହିଁ ପୁଣି

ମଖମଲ୍ଲୀ କୂଟକମ ଦେହଟାକୁ

ବିକିବାକୁ ବାଧ୍ୟ ହେଲା...

ଏଣେ ସେ "ଯିଏ" ଜଣକ

ତା' ପ୍ରେମିକ ନୁହେଁ

ନୁହେଁ ବି

ପତ୍ନୀବ୍ରତା କର୍ତ୍ତବ୍ୟ ଫଳକ

କେଇଟା ଅର୍ଥ ବଦଳରେ ତେବେ

ବଦଳି ଯାଇପାରେ କି

ସଂସାରର ଶ୍ରେଷ୍ଠ ଜୀବ !

ଏଇ ପେଟ ଚାଖଣ୍ଡକ

ତେବେ କ'ଣ ଯେତକ ଅନର୍ଥ ଭିଆଏ ??

କ୍ଷୁଧା ପାଇଁ

ସମାଜ ଓ ସାମାଜିକତାକୁ

ବାରମ୍ବାର ଅନ୍ଧାରରେ ହତ୍ୟା କରୁଥାଏ ?


Rate this content
Log in