Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

ଭଲ ଖବରଟି ପ୍ରଚାର ପ୍ରସାର

ଭଲ ଖବରଟି ପ୍ରଚାର ପ୍ରସାର

1 min
6.9K


ଭଲ ଖବରଟି ପ୍ରଚାର ପ୍ରସାର

 

ପର୍ଶୁରାମ ବିଶ୍ୱାଳ

 

ଏ ମୁଖ୍ୟ ପ୍ରସଙ୍ଗ ହେଉନି କେ’ ଦେଲେ ଜୀବନ ଏ ଦେଶ ପାଇଁ

ଶସ୍ତା ଖବରଟି ଆଗରେ ରହିଣ କରୁଚି ସେ ହଇଚଇ

ଭଲର ପ୍ରଚାର ପ୍ରସାରଟି ଲୋଡ଼ା

ହୁଏ ଆଜି ଭାବଗ୍ରାହୀ ।

 

କେ’ ପ୍ରଭାବଶାଳୀ ଗଛଟେ ପୋତିଲେ ଟିଭିରେ ମୁହଁଟି ତା’ର

ବାଟୁ ପାଞ୍ଚଲକ୍ଷ ପାଇ କେ’ ଗରିବ ଦିଏ ଟଙ୍କାଟି ଯାହାର

ଏ ଖବର ଗୋଟି ପଡ଼ିଚି ପଛରେ

ଦୁଃଖ ଏ ସମାଜ ପାଇଁ ।

 

ଅଟୋ ଚାଳକଟି ଦିନସାରା ଖଟି ଯାହା କରେ ରୋଜଗାର

ଡାକ୍ତରଖାନାରେ ଗରିବ ରୋଗୀଙ୍କି ଦିଏ ଫଳମୂଳ, କ୍ଷୀର

ୟା’ଠାରୁ କି ବଡ଼ ଖବର ଅଛି ମୁଁ

ମନରେ ମୋ ଭାବୁଥାଇ ।

 

ଅନାଥ ଆଶ୍ରମ, ଜରାଶ୍ରମ ଆଉ ଅନ୍ଧ, ମୂକ, ବିକଳାଙ୍ଗ

ଧନ୍ୟ ସିଏ ଯିଏ ଚଳେଇଚି ଆହା, କିଏ ହେବ ତା’ର ସାଙ୍ଗ

ତା’ର ଖବରଟି ଆଗକୁ ଆସୁନି

କି କହିବା କା’କୁ ଯାଇ ?

 

ହେ ଜଗନ୍ନାଥ ! ଭଲ ଖବରଟି ହେଲେ ପ୍ରଚାର ପ୍ରସାର

ସମାଜ ଉପରେ ତା’ର ପ୍ରଭାବଟି ପଡ଼ିଥାଏରେ ଜୋଅର

ବିଚାରୁ ସମ୍ବାଦ ସଂସ୍ଥା ସେ କି କଲେ

ମଣିଷତା ଉଠେ ଚେଇଁ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in