Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅମୃତ ଜୀବନ

ଅମୃତ ଜୀବନ

1 min
7.0K


ଶରତ ଦାଶ

ଜୀବନକୁ ଜିଇବାକୁ ,

କେତେ ଆଉ ଗୋଟାଇବି କଷ୍ଟ ,

କେତେ କାଳ କେତେ ଯୁଗ ,

ଧାଉଁଥିବି ଅସରନ୍ତି ପଥ ?

ନଦୀର ବାଲିରେ ବସି କେତେ କାଳ ,

ଗଣୁଥିବି ଆକାଶର ତାରା ,

ସ୍ମୃତିର ଡଙ୍ଗାରେ ବସି ,

ଭାବୁଥିବି କଥା ଅପାସୋରା ?

କେତେ କାଳ ହେଉଥିବି ଆନମନା ,

ଅବଗାହି ସଂସାର ଜଞ୍ଜାଳେ ,

ଲାଭ ଓ କ୍ଷତି ଗଣିତ କଷିକଷି ,

ସାନ୍ଦ୍ର ଆସକ୍ତିରେ ?

ଜୀବନ ରହସ୍ୟ ଏକ ,

ଜନ୍ମରୁ ମରଣ ,

ଜୀବନ ସଂଶୟ ଏକ ,

ଦୂରୀଭୂତ ଚେଷ୍ଟା ଅକାରଣ ।।

ଜଣାନାହିଁ ଏ ଜୀବନ ,

ମିଳିବକି ନାହିଁ ଆଉଥରେ ,

ବସୁଧା ମଣି କୁଟୁମ୍ବ ଆସ ଆମେ ,

ଜିଇବା ପ୍ରେମରେ ।।

ସଂସାରର ହିତ ଅର୍ଥେ ,

କରି ନିଜ ପ୍ରାଣ ସମର୍ପଣ ,

ଲଭିବା ସ୍ଵର୍ଗର ସୁଖ ,

ପ୍ରାପ୍ତ କରି ଅମୃତ ଜୀବନ ।।


Rate this content
Log in

Similar oriya poem from Classics