Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.0  

Sadananda Sahoo

Others

"କଵିର କଲମ "

"କଵିର କଲମ "

1 min
13.6K


କବିର କଲମ

🌹✒🌹✒🌹✒🌹✒🌹✒🌹✒🌹✒🌹✒

!!!!!!!!!!!!!!!!!!!!!!!!!!!!!!!!!!

କବିର କଲମ ଅମୂଲ୍ୟ ସମ୍ପଦ

ବିଭବରେ ପରିପୂର୍ଣ୍ଣ ;

କଵି କଲମରେ ପ୍ରିତୀ ଫୁଲ ଫୁଟେ

ପାଠକେ ତୋଳନ୍ତି ସ୍ୱର୍ଣ୍ଣ !!


ଅସୁମାରୀ ସ୍ୱପ୍ନ ଭାବରେ ନିମଗ୍ନ

କଲମର ପରିଭାଷା ;

ଆଶା ଆକାଂକ୍ଷାରେ କଵି ତୋଳି ଧରେ

ନିଆରା ସ୍ୱଭାବ ନିଶା !!


ଶୁଦ୍ଧ ପ୍ରାଣଚିତ୍ତ ଲେଖନୀ ସର୍ବସ୍ୱ

ସ୍ୱର୍ଣ୍ଣାଭ ଅକ୍ଷର ବିତ୍ତ ;

ସମାଜର ଛବି ଆଙ୍କିଦିଏ କଵି

ପ୍ରଭୁ କୃପା ଭିକ୍ଷା ଦତ୍ତ !!


ସୁଦୂର ପ୍ରସାରି କବିର ଲେଖନୀ

ବାରଣ କରେନି କିଛି ;

ଧନୀକି ଗରିବ ରୋଗୀକି ଭିକ୍ଷୁକ

କଵି ଆଙ୍କେ ପ୍ରାଣ ମୂର୍ଚ୍ଛି !!


ଲେଖନୀର ଧାରେ କଵି ନୀର ଢାଳେ

ଶବ୍ଦପୁଞ୍ଜ ଉଠେ ଭାସି ;

ସ୍ମୃତି ପ୍ରତି ଛବି ଆଙ୍କିଵାରେ କଵି

ବସେ ନାହିଁ କେଵେ ରୁଷି !!


ତରବାରୀ ତୁଲ୍ୟ କବିର କଲମ

ଅନ୍ୟାୟ ବିରୁଧେ ଲଢ଼େ ;

ଶାଣିତସେ ଅସ୍ତ୍ର ଚାହେଁନି ରକତ

ସ୍ନେହଁର ଆଶିଷେ ବଢ଼େ !!


କଲମ ବିଭବ ଅଲିଭା ସ୍ୱାକ୍ଷର

ଯୁଗ ଯୁଗ ବଞ୍ଚିରହେ ;

ପରପିଢି ପାଇଁ ଜାଗିଥାଏ ଚେଇଁ

ସରାଗରେ ମନ ମୋହେ !!


କଵି କ୍ରାନ୍ତି କାରୀ ଶ୍ରେଷ୍ଠ ଅଧିକାରୀ

ଲେଖନୀ କୁହୁକ ସ୍ପର୍ଶେ ;

ହର୍ଷକି ବିଷାଦ ସବୁତ ସମ୍ପଦ

ନିୟତିର ପରାମର୍ଶେ !!


ରକ୍ତିମ ଅକ୍ଷରେ ଶୁଭ୍ର ଫରଦରେ

କଵି ଆଙ୍କେ ସ୍ମୃ୍ତି ଲିପି ;

କଲମର ଗାର ପ୍ରିତୀ ସୌହାର୍ଦ୍ଧ୍ୟର

ବ୍ୟଥା କିନ୍ତୁ ଥାଏ ଛପି !!


ହେ' କଵି ସମ୍ରାଟ ଆଙ୍କ ଚିତ୍ରପଟ

ପ୍ରିତୀ କଲମରେ ବେଶି ;

ହସିବ ପ୍ରେମିକା ସ୍ମୃ୍ତି ଅନାମିକା

ଯିବ ନାହିଁ କେଵେ ରୁଷି !!


କଲମରେ ଲାଗୁ ତଵ ପ୍ରେମ ଛିଟା

ସରାଗରେ ହସୁ ପ୍ରିୟା ;

ସୁନେଲି ଅକ୍ଷର କୃତି ସମୃଦ୍ଧିର

ଚିର ବନ୍ଦନୀୟା ଶ୍ରେୟା !!


ପ୍ରକୃତି ରାଣୀର ହେ'ପ୍ରୀୟ ସନ୍ତାନ

କଵି ରବି ଭବି ଗଣ ;

ସମ୍ପର୍କର ସେତୁ ଗଢ ଭବେ କିନ୍ତୁ

ଲେଖନୀକୁ କରି ପଣ !!

!!!!!!!!!!!!!!!!!!!!!!???!!🌹🌹🌹🌹🌹🌹🌹🌹🌹✒✒✒✒✒✒✒✒✒✒✒✒✒✒✒✒✒✒

ସଦାନନ୍ଦ ସାହୁ

ଧୁରୁଷିଆ ; ଆଠଗଡ଼ ; କଟକ

97761 84548


Rate this content
Log in