Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhu Samanta

Others

2  

Bibhu Samanta

Others

ଶୀତ ନୁହେଁ ସେ କାହା ପ୍ରେମିକା

ଶୀତ ନୁହେଁ ସେ କାହା ପ୍ରେମିକା

1 min
1.7K


ଶୀତ ନୁହେଁ ସେ କାହା ପ୍ରେମିକା

ଏଇ ଦେଖ ମୁଁ ଆସିଛି

ଶାନ୍ତ ଶରତର ପ୍ରଶାନ୍ତ ଉପତ୍ୟକାରୁ

ବିମୁଗ୍ଧ ବସନ୍ତର ଅନ୍ୱେଷାରେ

ଧୋବ ଫରଫର ଶିଶିର ପଣତ ଉଡେଇ।।

ଦିଗବଳୟର ମଥା ଚୁମି

ନେସି ଦିଏ ପୁଳାଏ କୁହୁକ ଅଞ୍ଜନ

ସ୍ମୃତି ଜରଜର ଜହ୍ନିଫୁଲରୁ

ରଙ୍ଗ କିଛି ଚୋରେଇ ଆଣି

ସାଇତି ରଖିଛି ସେବତୀ ପାଇଁ।।

କେବେ ମୁଁ କାବ୍ୟ ନାୟିକା

କେବେ ବୀରହି ପ୍ରେମିକା

ଚାଲିଆସେ ଧୀରେ ପାଦ ଚିପି

ତୁମକୁ ପାଇ ଯିବାର ଲିପ୍ସାରେ

ସାଇତା ସଜଡା ଜଞ୍ଜାଳ ଶେଯରୁ

ରାତିର ଫାଟକ ଡେଇଁ

ମୋ ଆଗମନେ ପାହାନ୍ତି ତାରା

ଅଳସ ଭାଙ୍ଗେ ପ୍ରାଚୀ ତୁଠରେ

ଆତ୍ମା ରହେ ଏସବୁର ସାକ୍ଷୀ

ନିର୍ଲିପ୍ତ ହୋଇ।।

@ବିଭୁ।


Rate this content
Log in