Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswa Bharati Dash

Abstract Others

2  

Biswa Bharati Dash

Abstract Others

ନୂଆବର୍ଷ

ନୂଆବର୍ଷ

1 min
6.6K


କିଛି ଫରକ୍ ଯାଏ ଆସେନି କାହାର

ଆଜି ବି ସକାଳ ହେଲା , 

କାଲି ବି ସକାଳ ହେବ , 

ବାସ୍, କିଛି ନୂଆ ନୂଆ ସବୁଦିନ ତ ହେଉଛି 

ଏଇ ଯେମିତି ସକାଳ ସଞ୍ଜ ଓ ରାତି !!

କିଛି ଫରକ୍ ପଡେନି କାହାକୁ କେବେ

ଆଜି ବି ଯେଉଁ ଅନ୍ଧାର ,

କାଲି ବି ସେଇ ଅନ୍ଧାର ,

ବାସ୍, କିଛି ଆଶାର କିରଣ ନେଇ ତ ବଞ୍ଚୁଛି 

ଏକ ଭିନ୍ନକ୍ଷମ ଓ ଧର୍ଷିତାର ଛାତି !!

କିଛି ଫରକ୍ ପଡେନି ଏତେ କେଉଁଠି 

ଆଜି ବି ଦୁଃଖରେ ଅଛି ,

କାଲି ବି ଦୁଃଖରେ ଥିବ ,

ବାସ୍ , ବାକି ସମୟ ବି ତାର ଜୀବନଟା ଅଛି

ଏକ ମୃତକର ଓ ଗରିବର ତାତି !!

କିଛି ଫରକ୍ ପଡେନି ପ୍ରକୃତିକୁ ଏଠି

ଆଜି ବି ହସୁଛି ରୁଷୁଛି ,

କାଲି ବି ହସିବ ରୁଷିବ ,

ବାସ୍ , ବାକି ଅଛି ମଣିଷର ପରୀକ୍ଷାର ସ୍ଥିତି

ଏଇ ସବୁଜିମା ଯେତେ ବଞ୍ଚିତ ଏଠି !!

କେବଳ ଫରକ୍ ପଡ଼ି ପାରେ ସେଠି

ଏବେ ନୁହେଁ ତ କେବେ ନୁହେଁ ,

ଆଜି ନୁହେଁ ତ କାଲି ନୁହେଁ ,

ବାସ୍ , ପ୍ରତି ମୁହୂର୍ତ୍ତକୁ କର ମୂଲ୍ୟାୟନ 

ସେଇ ମନସ୍କରେ ନେଇ ଦିନ ରାତି !!

ବାସ୍ , ସମୟ ତ ବଦଳୁଛି ସବୁଦିନ

କେବଳ ନିଜକୁ ବଦଳାଇବାକୁ ହିଁ ହେବ ।

ଏଠି ସବୁଦିନ ସମାନ , ନୂଆ ଆଉ ପୁରୁଣା !

ସମସ୍ତ ବନ୍ଧୁଙ୍କୁ ମୋର ୨୦୧୮ ପାଇଁ ଆନ୍ତରିକ ଶୁଭେଚ୍ଛା । 

ଜୟ ଶ୍ରୀକୃଷ୍ଣ

ବିଶ୍ଵ ଭାରତୀ (ଗୋସ୍ୱାମୀ) ଦାଶ।


Rate this content
Log in