Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

2  

Ranjan Kumar Brahma

Others

ବର୍ଷା my ଡାର୍ଲିଙ୍ଗ

ବର୍ଷା my ଡାର୍ଲିଙ୍ଗ

1 min
1.3K


ବର୍ଷା my ଡାର୍ଲିଙ୍ଗ
            ରଞ୍ଜନ କୁମାର ବ୍ରହ୍ମା 
            ଶିକ୍ଷକ ସି ଆର ସି ସି
            ଚିକିଟି ଗଡ଼ 
କାଗଜର ଡଙ୍ଗାରେ କିଛି ଲେଖି
 
ପରସ୍ପରକୁ ବଢାଇବା ପରେ
 
ଆହୁରି କିଛି ଅଲେଖା ରହିଗଲା ।
 
ତାହା ସବୁ କ'ଣ ଜାଣିଛ ? (1)
 
ଭାଦ୍ରବରେ  ଦୁହେଁ କଥା ହୋଇ
 
ପରସ୍ପରକୁ bye କହିବା ପରେ 
 
ଆହୁରି କିଛି କହିବାକୁ ବାକିଥିଲା ।
 
ତାହା ସବୁ କ'ଣ  ଜାଣିଛ ? (2)
 
ଏକା ଏକା ଚଇତ୍ର ପରେ ବଇଶାଖ,
 
 ଜେଇଷ୍ଠ ନିଛାଟିଆ ସ୍ଥାନରେ 
 
ଡହଳ ବିକଳିଆ ଥୁଣ୍ଟା ଗଛ ପଶୁ ପକ୍ଷୀଙ୍କୁ ଦେଖି  
 
କ'ଣ ଯେ ଭାବି ଥିବି ଜାଣି ପାରୁଛ ? (3)
 
ରାସ୍ତା କଡରେ
 
ହାଣ୍ଡି ମାଠିଆର ଲମ୍ବା ଧାଡି
 
ମାଇପିଙ୍କ ଠେଲାପେଲା ହୋ ହଲ୍ଲା
 
ଉପର ଘର ଭଡ଼ାଟିଆର  ଅବସ୍ଥା
 
ଘର ଓ ଦେଶର ସବୁ ମରଦ ବଦନାମ ।
 
କ'ଣ ସବୁ ବୁଝି ପାରୁଛ ? (4)
 
ଓଃ ଡାର୍ଲିଙ୍ଗ ,
 
ସବୁ ଜାଣି ଅଜାଣି ରହିଲେ
 
ମୁଁ କିମିତି  କହିବି ଭାବୁଛ ।
 
କଥା ଅନୁସାରେ ଆସିବି କହି
 
କୁହ ତୁମେ କି ସେପରି ଆସୁଛ ?
 
ଏମିତି ନ କହି ସେମିତି କହୁଛ
 
ତୁମେ ବି ବର୍ଷାକୁ ଭାରି ଡ଼ରୁଛ । (5)
 
          ********


Rate this content
Log in