Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୪୮

ଜୀବନ ଗୀତା-୧୪୮

1 min
13.9K


ଜୀବନ ଗୀତା-୧୪୮ 

ଅଶାନ୍ତ ପୃଥିବୀ ଅତୃପ୍ତ ଜୀବନ
ଅବସୋସ ଖାଲି ଅବସୋସ
ଶାନ୍ତିର ଅମୃତ ଖୋଜିଖୋଜି ମନ
ହା-ହୁତାଶ ଖାଲି ହା-ହୁତାଶ ॥୦॥

ଆଶା ନିରାଶାର ବଳୟ ଭିତରେ
କେତେକେତେ ସ୍ୱପ୍ନଫୁଲ
ନିମିଷକେ ଫୁଟି ମଉଳି ଝରଇ
ନପାଇ ଉଚିତ ମୂଲ
ଅଭିଶପ୍ତ ଏଇ ଜୀବନରେ ଝଡ
ଅଣଚାଷ ଖାଲି ଅଣଚାଷ ॥୧॥

ଦୁଃଖ ଆନନ୍ଦର ଲୁଚକାଳି ଖେଳ
ଲାଗିଥାଏ ଜୀବନରେ
ଦୁଃଖ ବଢିଯାଇ ଆନନ୍ଦ ଉପରେ
ସଦାବେଳେ କବ୍ଜା କରେ
ଦୁଃଖ ଭୁଲିବାକୁ ପିଇବାକୁ ପଡେ
ସୋମରସ ଖାଲି ସୋମରସ ॥୨॥


Rate this content
Log in