Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

ଆହା ଏମିତି ଦେଶ

ଆହା ଏମିତି ଦେଶ

1 min
176



ଏ ଜଗତ ବକ୍ଷରେ ଅଛି ଗୋଟିଏ

ଆହା ଏମିତି ଦେଶ,

ନାହିଁ ଏମିତିକା ନାମ ଯା ନାମ

 ଭାରତ ବର୍ଷ।

ଆହା ଏମିତି ଦେଶ ମୋର

ରୂପ,ରଙ୍ଗ,ରସରେ ଭରପୁର।

ଗୋଟିଏ ମାଳାର ଫୁଲ ପରି

ଗୁନ୍ଥା ତ ସଭିଏଁ,

ହିନ୍ଦୁ, ମୁସଲିମ, ଶିଖ,ଇସାଇ,ଭାଇ

 ଭାଇ ରହିଥାଏ।

ପର ଆପଣା,ଧନୀ ଗରିବ, ଉଚ୍ଚ

 ନୀଚ ଭେଦଭାବ,

ପର୍ବପର୍ବାଣି, ସୁଖଦୁଃଖରେ,ଥାଏ

 ଆପଣା ଭାବ।

ଧରମ ଏଠି ଅଲଗା ସତ,ଜାତି  

 ବି ଏଠି ଅଲଗା,

ରୁଚି, ରୂପରେ ଅଲଗା ସତ

 କ୍ଷେତ୍ରପତି ଏଠି ଜଗା।

ଗୋଟେ ପତାକା ତଳେ ଆମେରେ

କୋଟିଏ ସନ୍ତାନ,

ଦେଶ ମାତୃକାର ସମ୍ମାନ ଲାଗି କରୁ

 ତା ବନ୍ଦନ।

ନାହିଁ କା ପାଇଁ ଶାସନ ଅଙ୍କୁଶ ରହୁ 

ଏକ ପରିବାରେ,

ସଭିଙ୍କ ପାଇଁ ସମାନ ନୀତି ତୋର

ମୋର ନାହିଁ ଏଠାରେ।

ଭାରତ ବର୍ଷେ ଭାରତୀ ମାଆ ନିଏ

 ସଭିଙ୍କୁ କୋଳେଇ,

ଜଗତନାଥ ଜଗନ୍ନାଥ ସାଇଁ ରଖନ୍ତି

ଘଣ୍ଟ ଘୋଡେ଼ଇ।

ଗୋଟିଏ ହାତର ଆଙ୍ଗୁଳି ପରି 

ରହିଥାଉ ଆମେ ସଦା,

ଶତୃ ପଶିଲେ ଆମ ଦେଶକୁ ମାରି

 କରିଦେବୁ ବିଦା।

କୋଟିଏ ଶକ୍ତି ଆମର ଅଛି 

କାହାକୁ ଡରିବୁନି,

ସତ୍ୟ ଧର୍ମରେ ଚାଲିବୁ ନ୍ୟାୟେ

କେବେବି ଛାଡିବୁନି।

ଏ ମାଟି ମାଆ ଜୟଗାନ କରେ

ଗରବ ବି କରୁଥାଏ,

ତା ପୁଅଙ୍କ ପାଇଁ ଯଶ କୀର୍ତ୍ତି ତାର

ସଦା ଅକ୍ଷୁର୍ଣ୍ଣ ରହେ।

ସେହି ମାଟିର ଦାୟାଦ ଆମେ

ହାତରେ ହାତ ଦେଇ,

ଉଚ୍ଚ ସ୍ଵରରେ ଏକତା ମନ୍ତ୍ର

ଯିବାରେ ଗାଇ ଗାଇ।



Rate this content
Log in