ସବୁ ସ୍ୱାହା
ସବୁ ସ୍ୱାହା
ଏକ ଜଟିଳ ପ୍ରଶ୍ନ ?
ସତରେ କଣ ମୃତ୍ୟୁ ଆସିବ
ପ୍ରଶ୍ନଟି ଶୁଣୁ ଶୁଣୁ
ଆପେ ଆପେ ଉତ୍ତରଟି ମିଳିଯିବ
ହଁ
କାରଣ
ଏହା ହିଁ ସତ୍ୟ ଓ ବାସ୍ତବ..
କାରଣ ଯାହା ବି ହେଉନା ..କାହିଁକି
ସମସ୍ତେ ଅନୁଭବି
ତଥାପି ଆଜିର ମଣିଷ
ଜାତି ଧର୍ମ ଯୌବନକୁ ନେଇ ଗର୍ବିତ
ଯାହାବି ହେଉ ଯେମିତି ବି ହେଉ
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ
ସୁଖ ଶାନ୍ତି ପଛକେ ଚୁଲିକି ଯାଉ
କାହାର କିଛି ବି ହେଇଯାଉ
ସେଥିପ୍ରତି ଭ୍ରୁକ୍ଷେପ ନାହିଁ
ହେଲେ ବନ୍ଧୁ ଥରେ ଚିନ୍ତାକଲ
ସେ ଲକ୍ଷ୍ୟ ସ୍ଥଳର
ଶେଷ ଠିକଣାଟା..
କେଉଁଠି ?
ହଁ
ଏହାବି ସତ୍ୟ ଯେ ଶେଷ ଠିକଣାରେ
"ସବୁ ସ୍ୱାହା"