Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ମୂରୁଖପଣରେ ବାର ପିଲା ମୋର

ମୂରୁଖପଣରେ ବାର ପିଲା ମୋର

1 min
1.2K


ମୂରୁଖପଣରେ ବାର ପିଲା ମୋର

 

ପର୍ଶୁରାମ ବିଶ୍ୱାଳ

 

ମୂରୁଖଟେ ମୋତେ କଲୁ କିଆଁ ପ୍ରଭୁ, ସେ’ପାଇଁ ତ ସବୁ ନାଟ

କା’ର କି କାମରେ ଲାଗିବିରେ ଜଗା, ମୋ ପାଇଁ ସବୁ ବିଭ୍ରାଟ

ଭଲ କଥାକୁ ମୁଁ ଭୁଲ୍ ବୁଝଇ

ବାହାର କରଇ ଫାଟ ।

 

ବରପକ୍ଷ ଦାବି ନାଆଁ ଧଇଲାନି, ସୁନ୍ଦର ବୋଲି ମୋ ଝିଅ

କୋଉଠି ତାଙ୍କର କମି ଅଛି ବୋଲି ଭାବିଲିରେ କଳାଦିଅଁ

ବାହା ଭାଙ୍ଗିଗଲା, ଘରଣୀ ଚାହିଁଲା

ମତେ ଖାଲି କଟମଟ ।

 

ଇଆଡୁ ସିଆଡୁ ଗପିଲା ମୋ ପୁଅ ଜରରେ ବାଉଳା ହେଇ

ଶକତ ଡାଆଣୀ ଲାଗିଚି ଭାବି ମୁଁ ଗୁଣିଆ ଆଣିଲି ଯାଇ

ଡାକ୍ତରଖାନା ମୁଁ ନେଲି ସେତେବେଳେ

ଅବସ୍ଥା ହେଲା ସଂକଟ ।

 

ଜନ୍ମ ନିୟନ୍ତ୍ରଣ କଲେ ହବନାହିଁ ଆଉ ପୁଅଝିଅ ମୋର

ହେଲେ ମୁଁ ବୁଝିଚି ପିଲା ଜନମଟା ଦାନଟି ତୋର ଠାକୁର

ମୂରୁଖପଣରେ ବାର ପିଲା ମୋର

ହୁଏ ଖାଲି ଛଟପଟ ।

 

ଧରେଇଦେ’ ହାତେ ସିଲଟଟି ମୋର, ଧରେଇଦେ’ ହାତେ ବହି

ପାଠ ପଢ଼ି ସାରା ଦୁନିଆ କଥା ମୁଁ ଜାଣିବି କଳାକହ୍ନେଇ

ଏଇ ସମାଜଟା କରିବନି ଆଉ

ମୂରୁଖ ବୋଲି ଚିହ୍ନଟ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in