Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

4  

Prasanna Kumar Madala

Inspirational

ଦୁହିତା ଦିବସ

ଦୁହିତା ଦିବସ

1 min
204



ଆଜି ଏ' ସଦନେ   ଶୁଖିଲା ବଦନେ

ବସିଥିଲି ବାଟ ଚାହିଁ

ନୈରାଶ୍ୟହାରିଣୀ  ମୋ' ହିତକାରିଣୀ

ପାଖରେ ଯେହେତୁ ନାହିଁ ।

ଘରଣୀ ମତରେ   ଆଜି ମୁଁ ସତରେ

ହୋଇଛି ବିବ୍ରତ ଭାରି

ଆଶୁ ଉପଚାରେ  ସରାଗେ ପଚାରେ

କି ହେଲା ପାରୁନି ବାରି ।

ଏହାରି ଭିତରେ    ତୁମରି ଚିତ୍ତରେ 

କି ହେଲା ଥରୁଟେ କୁହ

ଭାବି ଅଯଥାରେ   ପରର କଥାରେ

କିପାଇଁ ଝରାଅ ଲୁହ ?

କହିଲି ଉତ୍ତରେ  କେବେ ତ ଗୁପ୍ତରେ

ରଖିନି କଥାରୁ ଖିଏ

ଯାହାର ଅଭାବେ  ଭାବୁଛି ସ୍ବଭାବେ

ମାନସ କନ୍ୟା ମୋ' ସିଏ ।

ଜାଣନ୍ତେ କାରଣ   କନ୍ୟାକୁ ଧାରଣ

କରି ସେ ବାହୁଡି ଆସେ

ଅଙ୍କେ ମୋ ବସାଇ  ନିମିଷେ ହସାଇ

କହିଲା ଥାଉ ସେ ପାଶେ ।

ଚିନ୍ତାରୁ ଦୂରେଇ    ଆଖିକି ପୂରେଇ 

ଦେଖିନିଅ ଆଉଥରେ

ଆମ ଏ ରତନ     ତୁମରି ଯତନ

ପାଇବାକୁ ଅଳି କରେ ।

ଆଦରି କୋଳରେ ମମତା ଭୋଳରେ 

ଭାବିଲି ଆନନେ ଦେଖି

ଏହି ମୋ' ବନିତା  ଯା' ପାଇଁ ଭଣିତା

ପାରିନି ଗୀତରେ ଲେଖି ।

ଦୁହିତା ଦିବସ     କଲା କି ବିବଶ

ଅସ୍ଥିର ଥିଲା ମୋ' ହିୟା

ଏହାରି ସକାଶେ  ଭାବନା ପ୍ରକାଶେ

ଶୁଣୁଛ କି ମୋର ପ୍ରିୟା !!



Rate this content
Log in