ଏସନ ଶୀତ
ଏସନ ଶୀତ
ଏସନ ଶୀତ...
_________
ତୁମେ କହୁଥିଲ ..
ଶୀତ ଗୋଟେ ମିଛେଇ କାହାଣୀ
ରେଶମୀ ଚାଦର ଉଷୁମ ତଳେ
ଶୀତ ଗୋଟେ ଜିଦଖୋର ଚୁମ୍ବନ
ଉଲଗ୍ନା ପ୍ରିୟା ର ନିଶ୍ୱାଃସ କୋଳେ..
ଶୀତ ଗୋଟେ ଆଇ ମା ' ଗପ
ମାର୍ବଲ ଚଟାଣ କାନ୍ଥ ମଲାଟେ
ଶୀତ ଗୋଟେ ଭାଷମାନ ଛବି
ତୁମ ଯୌବନ ଉତ୍ତାଳ ଥରିଲା ଓଠେ..
ହେଲେ ଏସନ ଶୀତ..
ଗଡି ବୁଲୁଥିଲା ହାଟ ବଜାରରେ
ବାଟରେ ଘାଟରେ ପୋଖରୀ ତୁଠେ
ପାଠାଗାର ଛାଡି ମାଡି ବସୁଥିଲା
ଗାଁ ଗହଳିର ଗଳି ଖନ୍ଦି ଆଉ ବୈରାଗି ମଠେ..
ଛେଚିଲା କାଚିଲା ଅତ୍ୟାଚାରୀ ସାଜି
ଫୁଙ୍ଗୁଳା ଦେହର ଦଦରା ପ୍ରାଣେ
ଛାଡିଲାନି ବାରେ ଭିତରେ ବାହାରେ
ଲୁଚିରହିଲେ ଯେତେ କବାଟ କୋଣେ..
ତୁମେ ଆସି ଦେଖିଥାନ୍ତ...
ଶୀତ ଆସିଥିଲା ଏଠି
ନିଆଁ ସାଥେ ସେକି ହେଇହେଇ
ନିଆଁ ସାଜି ଲଙ୍ଗଳା ଦେହ କୁ ଜାଳିବାକୁ..
ସାଥେ ଯୌବନ ଯୁଆର ଭାଙ୍ଗିବାକୁ..
ତୁମ ରେଶମୀ ଚାଦର ଫାଡିବାକୁ..
ତୁମ ଗରମ ନିଃଶ୍ଵାସରେ ନିର୍ଲଜ ନିଃଶ୍ଵାସ ଯୋଡିବାକୁ ..
ଆଉ ଅନ୍ଧକାରର ତୃଷ୍ନା ଭିଜେଇ ଅନ୍ଧାରି କଳା ବୋଳିବାକୁ..