ଏଇତ ଜୀବନ
ଏଇତ ଜୀବନ
ଏଇତ ଦୁନିଆଁ
***********************
ଧର୍ମ ଏକା ସିନା ମହତପଣିଆ,
ଆଉ ସବୁ କଥା ଅଢେଇ ଦିନିଆଁ ।
ଦିନେ ଆସିଛନ୍ତି ଦିନେ ତ ଯିବେ,
ଗଲାବେଳେ ସାଥେ କଅଣ ନେବେ ।
ଏକା ଜଗନ୍ନାଥ ନାମଟି ସାର,
ଆଉ ସବୁ କଥା ପଛେ ବିଚାର ।
ସତ୍ୟ ଜଗନ୍ନାଥ ମିଛ ସଂସାର ,
ଲୋଭ ମୋହ ମାୟା ଭରା ଜୀବନ ତୁମର ।
ଘଟୁଚି ଘଟିଚି ଘଟିବ ଯାହା,
ସବୁ ଜଗନ୍ନାଥଙ୍କର ଏ ମାୟା ।
ମୁଁ ମୁଁ ମୋର ମୋର କହି ଯାହାକୁ କରୁ ଆଦର,
ଘଟରୁ ପ୍ରାଣ ଛାଡିଲେ ସବୁ ହେବ ଛାରଖାର ।
କେତେ ଦିନକୁ ମନେ କରିଛୁ ଆଣ୍ଟ ,
କି ଘେନି ଯିବୁ ଧନ ପୂରିଲେ ଆୟୁଷ ।
ଯାହା ଅରଜି ଅଛ ଏହି ମହୀରେ,
ଛାଡି ଯିବ ଯେ ସର୍ବ ସବୁ ଏଠାରେ ।
ଆସିନ ବସନ ନେଇ ନ ନେବ ବସନ,
ଆତ୍ମା ସଂଙ୍ଗରେ ଏକା ଜୀବ ତୁମ ଧର୍ମ ଜୀବଟି ଜାଣ ।
କାହାକୁ କେବେ ମନେଟି ନକର ହେୟ ,
ପିମ୍ପୁଡି ଛୋଟ ହେଲେ ବି କାମୁଡିଲେ କଷ୍ଟ ଦିଏ ଶରୀର ।
ଛୋଟ ବଡ ନ ଭାବିକି ସତ୍ୟ ପଥରେ ଚାଲ,
ସତ୍ୟର ସମ କେହି ନୁହଁନ୍ତି ସମତୁଲ ।
ସତ୍ୟ ଶାନ୍ତି ଦୟା କ୍ଷମା ଭାବ ଆଦର,
ସତ୍ୟ ସାଥେ ସଦା ଥାନ୍ତି ଜଗତ ଠାକୁର ।।
କବି :- ସୁସିଲ କୁମାର ପାଣି, ପୁରୀ ।