Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

3  

Bhakta Malla

Inspirational

ଭଲ ଲାଗେ ମୋ ଗାଆଁ

ଭଲ ଲାଗେ ମୋ ଗାଆଁ

1 min
6.9K


ଭଲ ଲାଗେ ମୋ ଗାଁଆ- ଭଲ ଲାଗେ ତା'ର

ଜହ୍ନି ଫୁଲ ଫୁଟା ଜହ୍ନ ରାତି,

ଭଲ ଲାଗେ ସ୍ନିଗ୍ଧ ଜ୍ୟୋତ୍ସ୍ନା ମାୟା

ପରିପୂର୍ଣ୍ଣ ପୂର୍ଣ୍ଣମୀର ତିଥି ।।

କେବେ ପୁଣି ଭଲ ଲାଗେ- ଦିଗ ହଜା ବହଳ ଅଂଧାର

ନିଶୁନିଆ ଅମେଈଶା ରାତି,

ସାରା ଗାଁଆ ଅଂଧାରରେ ଯେବେ ଯାଏ ଡୁବି

ଭଲ ଲାଗେ- " ଘରେ ଜଳେ ଡିବିରି ର ବତୀ ।।

ଭଲ ଲାଗେ ବାସ୍ନାୟୀତ ମାଟିର ମଳୟ

ପେନ୍ଥା ପେନ୍ଥା ବସନ୍ତ ବଉଳ,

ପୁଣି କେବେ ଭଲ ଲାଗେ- ଶିଶିରର ଶିହରଣ

ଆଉ ତା'ର ସବୁଜ ସକାଳ ।।

ବେଳେ ବେଳେ ଭଲ ଲାଗେ- ବରଷା ରେ ଭିଜିବାକୁ

ମଜ୍ଜିବାକୁ ଭିଜା ମାଟି ଗଂଧେ,

ଭଲ ଲାଗେ ଗଛ ଫାଙ୍କେ ଅସ୍ତଗାମୀ ସୂରୁଜଙ୍କ ଦୃଶ୍ୟ

ଗାଁଆ ମୁଣ୍ଡ ପଡିଆରେ ସଂଜେ ।।

ଭଲ ଲାଗେ ସକାଳର ଗହଳ ପୋଖରୀ ତୁଠ

ଚହଲା ପାଣିର ଢେଉ- ସୁଂଦରୀ କଇଁର ଓଠ ,

ପୁଣି କେବେ ଭଲ ଲାଗେ- ନିରବୀତ ନିଃସଂଗତା

ନିଛାଟିଆ ବିଲ ନଈ ଘାଟ ।।

ଭଲ ଲାଗେ ସଂଧ୍ୟା ତାରା- ଘର ଆଗ ତୁଳସୀ ଚଉଁରା

ଗୋଧୂଳିର ଗୋ- ଗୋଷ୍ଠ ବାହୁଡା,

ଆହୁରି ବି ' ଭଲ ଲାଗେ ଆମ୍ବ ତୋଟା , କିଆ ବଣ

ଅପରାହ୍ନେ କ୍ଷେତ କଡ ହୁଡା ।।

ଭଲ ଲାଗେ ଖରାପୁଆଁ- ଗାଁଆ ଦାଣ୍ଡ ଶିତୁଆ ସକାଳ

କୁହୁଡିର ବେହରଣ- ମଥାନରେ ଧୂଆଁର କୁଣ୍ଡଳ,

ଭଲ ଲାଗେ ଗାଁଆ ଦାଣ୍ଡେ କଅଁଳା ବାଛୁରୀ ଦୌଡ

ତ୍ରିଛକିରେ ବାଟ ଓଷା - ଗାଁଆ- ସାହି ତିରିଲାଙ୍କ ଭିଡ ।।

ଜହ୍ନ ରାତି ଜମି ଯାଏ - ସାଙ୍ଗ ସାଥୀ କୁମାରୀଙ୍କ ମେଳ

ଠିଆ ପୁଂଚି- ବୋହୁଚୋରୀ- ପୁଚି- ଘୁଂଚି ଖେଳ,

ଭଲ ଲାଗେ ରଜ ଦୋଳି- ଫଗୁଣ ର ଫଗୁ ହୋଲି

ପୂଜା ପାଇଁ ଫୁଲ ଚୋରି- ନିତି ପାହାନ୍ତିଆ ବେଳ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

6th December 2017.


Rate this content
Log in

Similar oriya poem from Inspirational