Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ଦୁର୍ନୀତି ମୁକ୍ତ ଦେଶ

ଦୁର୍ନୀତି ମୁକ୍ତ ଦେଶ

1 min
7.0K


ବିଶ୍ଵ ସଭ୍ୟତାକୁ ଆଲୋକ ବର୍ତ୍ତିକା ଦେଖାଇ ଆମର ଦେଶ

ଆକର୍ଷଣ କଲା ପରିବ୍ରାଜକଙ୍କୁ ଲୁଟେରା ହେଲେ ଆବେଶ ।

ସତ୍ୟ ନ୍ୟାୟ ତ୍ୟାଗ ତପସ୍ୟା ଆଦର୍ଶ ଦେଖି ହେଲେ ବଶୀଭୂତ

ସମୃଦ୍ଧି ପ୍ରତିଷ୍ଠା ଦେଖି ଏ ଦେଶର ଛଳେ କଲେ ପରାହତ ।

ପରାଶ୍ରୟୀ ହୋଇ ଏ ଦେଶ ଭୁଲିଲା ଆପଣା ଅସ୍ମିତା ଯଶ

ଅଳପ କଷ୍ଟରେ ବହୁ ଉପାର୍ଜନ ଏଥିରେ ହୋଇଲା ବଶ ।

ଦୁର୍ନୀତିର ଚେର ମାଡ଼ିଲା ଏପରି ନୀତି ହୋଇଛି ଦୁର୍ନୀତି

ମୁକତି ପାଇବ ଯୁବ ଶକ୍ତି ଆମ ହୋଇଲେ ସଂସ୍କାରମତି ।

ସରଗକୁ କେହି ନିଶୁଣି ବାନ୍ଧିନି ମରଣଶୀଳ ଏ ଦେହ

ଛୁଞ୍ଚିଟିଏ ଆମ ସାଥିରେ ଯିବନି କାହିଁ ପାଇଁ ଏତେ ମୋହ ।

ଦୁର୍ନୀତିର ନିଶା ତମାଖୁ ସଦୃଶ କର୍କଟ ବ୍ୟାଧି ପରି

କୋରି ଖାଏ ଆମ ସମାଜ ବ୍ୟବସ୍ଥା ମୂଳରୁ ଦେବା ଉପାଡ଼ି ।

ଜାଗ ଯୁବ ଶକ୍ତି ଦୁର୍ନୀତି ମୁକ୍ତ ସମାଜଟିଏ ଗଢ଼ିବା

ସୁଖରେ ବଞ୍ଚିବା ହସି ହସାଇବା ଧରାକୁ ସରା କରିବା ।

-ବିଶ୍ଵେଶ୍ୱର ମାଝୀ-


Rate this content
Log in