Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajesh Kumar Jain

Comedy

3  

Rajesh Kumar Jain

Comedy

ବାବାଙ୍କ ସ୍କାଣ୍ଡାଲ୍

ବାବାଙ୍କ ସ୍କାଣ୍ଡାଲ୍

1 min
6.6K


ବାବାଙ୍କ  ସ୍କାଣ୍ଡାଲ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଆଜିକାଲି କିଛି ବାବାଙ୍କ ହାଲ୍

ଢାଙ୍କିଛନ୍ତି ଧର୍ମ ଆବରଣର ଶାଲ୍

ଦେଖାଉଛନ୍ତି ନୂଆ ନୂଆ କମାଲ୍

କଳିର କୃପାଦୃଷ୍ଟିରେ ମାଲାମାଲ୍

ସୁନ୍ଦରୀଙ୍କ ସଙ୍ଗେ ରାସର ମାୟାଜାଲ

ଜନତାଙ୍କ ଆସ୍ଥାର ଢାଲ

ରାଜନୀତିରେ ଗଭୀର ଚାଲ୍

ବେପାରରେ ସଭିଙ୍କୁ ବେହାଲ୍

ବାବାମାନଙ୍କର ଲାଗିଛି ସେଲ୍

ମାର୍କେଟିଙ୍ଗ୍ ରେ ସମସ୍ତେ ଫେଲ୍

ରାଜପ୍ରାସାଦରେ ବାବାଙ୍କ ହଲ୍

ଧର୍ମ ନାମରେ ଖୋଲିଛି ଷ୍ଟଲ୍

ଜନତା ଜନାର୍ଦ୍ଦନ ଆଜି ପାଗଳ

ବାବାଙ୍କ ଶରଣ ପାଇଁ ଷ୍ଟ୍ରଗଲ୍

ମୁଖରେ ରାମନାମ ରୁଦ୍ରାକ୍ଷର ମାଳି

ନର୍କରେ ବି ନାହିଁ ଜାଗା ଏମାନଙ୍କ ପାଇଁ ଖାଲି

ଭୋଗିବାକୁ ହେବ ପାପକର୍ମର ଫଳ

ପାଖେ ଥାଉ ଯେତେ ବଡ଼ କଳ

କିଛି ବାବାଙ୍କୁ ଏବେ ଜେଲ୍

ମିଳୁନାହିଁ ଏମାନଙ୍କୁ ବେଳ

ନିଜ ଆଖି ଟିକେ ଖୋଲ

ମସ୍ତିଷ୍କରେ ଜଳାଅ ଜ୍ଞାନର ବଲ୍

ଏଇମାନେ କ’ଣ ସମାଜର ରୋଲ୍-ମଡେଲ୍ ?

ସବୁଦିନେ ନୂଆ ନୂଆ ସ୍କାଣ୍ଡାଲ୍  !!

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in