ଦୀପ ଆଉ ଠଣା
ଦୀପ ଆଉ ଠଣା
1 min
1.4K
ଦୀପଟିଏ ତୁ ମୋର ଦୀପ୍ତିମୟ ଆଲୋକ
ଠଣାଟିଏ ମୁଁ ମିଛରେ ସାଜେ ତୋର ମାଲିକ
ରୋକି ନଥିଲେ ତୋ ପ୍ରଭା ବ୍ୟାପିଥାନ୍ତା ଦିଗକୁ
ମୁହଁ ଫୁଲାଇଲି ଯେବେ ପାଦ ଦେଲ ଆଗକୁ
ନିର୍ଲଜ୍ଜ ପୁରୁଷ ସଦା ଥାଏ ମୁହଁ ମୋର ଟାଣ
ସୁରକ୍ଷା ନାଁମରେ ଯାହା ସଦା କରିଛି ଶୋଷଣ
ଆଲୋକିତ ତୁମ ପ୍ରେମେ କୋଣ ଅନୁକୋଣ ||
ତୁମ ବିନା ରହିଥାନ୍ତା ଦୁନିଆଁ ମୋ ଅନ୍ଧକାରାଚ୍ଛନ୍ନ
କଠୋର ତ୍ୟାଗରେ ତୁମେ ଅହ ରହ ଜଳ
ତୁମ ସ୍ମୃତି ମୋ ଛାତି କାନ୍ଥରେ ବହଳେ କଜ୍ଜ୍ଵଳ ||