Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ନିର୍ବାଚନ ର ଋତୁ

ନିର୍ବାଚନ ର ଋତୁ

1 min
135


 

'ଭୋଟ' ଋତୁ ଆସିଗଲେ ,

ସବୁ କିଛିର ପରିବର୍ତ୍ତନ ଘଟେ ,

ପାଣି, ପବନର ଗତି ବଦଳେ ,

ଆକାଶ, ଧରା ବକ୍ଷେ ଏକ ନୂତନ ରଂଗ ଆସେ ।

କୁଡିଆ ଘରେ ମଳୟ ବହେ,

ସବୁ କିଛି ଚଳ ଚଂଚଳ ହୁଏ,

ଭାଷଣ, ନାରାବାଜିର ଦୁନ୍ଦୁଭି ଶୁଭେ ,

ଗରିବ ହୃଦେ ପୁଣି ଥରେ ନୂତନ ଆଶାର ସଂଚାର ହୁଏ ।

ଜନତା ହସେ, ଭୋଟ ବି ହସେ,

ନେତାଙ୍କ ମୁହଁରୁ ମଧୁ ଝରେ ,

ନିର୍ବାଚନର ହାଓଆରେ ସ୍ବାର୍ଥ, ଲୋଭର ଗନ୍ଧ ଭାସି ଆସେ ।

ଭୁଲ ବିଚାର, ଭୁଲ ଶାସକ, ଭୁଲ ଶାସନରେ,

ନିର୍ବାକ ଜନତା ମୁହଁ ବୁଜି ଦେଖୁଥାଏ ,

କିଛିଦିନ ପାଇଁ ' ଭୋଟ' ଋତୁ ସ୍ଥିର ହୋଇଯାଏ,

ଅଚେତ ଜନତା ସଚେତ ହୁଏ ,

ଭୋଟ ଋତୁର ଗତି ବଦଳେ ,

ଗୋଟିଏ କାଳି ଦାଗରେ , ଦେଶର ଭାଗ୍ଯ ନିର୍ଦ୍ଧାରିତ ହୁଏ ।

 

 



Rate this content
Log in