କାନ୍ଦୁଛି ମୋ ପାଖରେ ପିୟା
କାନ୍ଦୁଛି ମୋ ପାଖରେ ପିୟା
କାନ୍ଦୁଛି ନିତି ପ୍ରିୟା ମୋ ଝରାଇ
ଆଖିରୁ ଭିଜା ଲୁହ
ମୋର ମନ ବି କାନ୍ଦେ ଆଜି ତା ପାଇଁ
ଝରାଇ ଆଖିରୁ ଲୁହ।
ଶୁଖିଲେ ଆଖିର ଲୁହ କାନ୍ଦିଲେ ଜଣା
ଆସୁଛି ମୋର କୋହ
ଭଲ ପାଏ କାହାକୁ କେତେ କହିଲେ
ସତ ହୁଏ ନାହିଁ ଲୁହ।
ପରକୁ ଆପଣା କରି ଦେଲ ପରା
ସତ କି ମିଛ ତ କୁହ
ମୋତେ କରି ଦେଲ ପର ବହୁଦୁର
ପୋଛିବ ମୋର ଲୁହ।
ପର ମୁଁତ ରହିବି ପ୍ରିୟା ସଦା ତୁମର
ପାଖେ ପାଖେ ମୋର ରୁହ
ଆଗବର ହୋଇ ପୋଛୁଥିବେ ସିଏ
ତୁମ ଆଖିର ଏ ଲୁହ
ଭଲ ପାଇଛ ଯଦିସୁଖି ହୋଇ ରହି
ସଦାବେଳେ ତୁମେ ରୁହ।
ଏତିକି କାମନା କରୁଛି ଜୋଉଠି ବି
ଖୁସିରେ ତୁମେ ରୁହ
ଭୁଲିଗଲ ମୋତେ କଲ ଅଲଗା ତୁମେ
କେମିତି ଭୁଲିବ କୁହ।
ଭଲ ପାଇବା କଣ ମୋର ଭୁଲ ଥିଲା
ଏତିକି ମୋତେ ତ କୁହ
ବିଶ୍ୱାସ ମର ଅଛି ମୋତେ ଦିନେ ନା
ମିଛରେ ତମେ ତ କୁହ ।