ଭୁଲ
ଭୁଲ
ଭୁଲ ବୋଧେ ମୁଁ କରିଛି
ଏ ସମ୍ପର୍କର ସେତୁଟିଏ ସାଜି,
ସୁଖ ଶାନ୍ତିକୁ ସମସ୍ତଙ୍କ ନୟନରୁ
ସତରେ ନେଇଛୁ କିଏ ଚୋରାଇ।
ଜାଣିନଥିଲି ସମସ୍ତେ ଏତେ ସ୍ୱାର୍ଥପର
ଏ ଆମ ଛୋଟ ଦୁନିଆରେ,
ନିଜର କହି କହି ସମସ୍ତେ ଦୁରେଇ ଯାଉଛନ୍ତି
ସ୍ୱାର୍ଥ ହାସଲ ପରେ।
ସତରେ ଏ ସମ୍ପର୍କକୁ
ଏତେ ମଜୁବୁତ ଭାବେ ଗଢିବାର ନଥିଲା,
ସମସ୍ତଙ୍କ ଭଲପାଇବାକୁ ନବୁଝି କିଏ ବି କାହା ହୃଦୟକୁ
ଭାଙ୍ଗି ଚୁନାଚୂନା କରିବାର ନଥିଲା।
ଜାଣେନା ତୁମମାନଙ୍କ ସହ ଏ ସମ୍ପର୍କ
ଭୁଲ ନା ଠିକ ଏ ଜୀବନର ବାଲିଘରେ,
ତଥାପି ସମସ୍ତଙ୍କୁ ମୁଁ ଭଲପାଏ
ପ୍ରେମର ଅନ୍ତହୀନ ସୁମଧୁର ଭାଷାରେ।
ସମ୍ପର୍କ ଗଢିବା ପୂର୍ବରୁ ଜାଣିନଥିଲି
ଏତେ ସ୍ୱାର୍ଥପର ଏ ଆମ ଛୋଟ ଦୁନିଆ,
ନିଜର କହି ଦୁରେଇ ଯିବା ସହ
ସ୍ୱାର୍ଥ ହାସଲ କରିଛି ସମସ୍ତଙ୍କୁ ମାନିଆ।
କି ଭୁଲ ମୁଁ କରିଥିଲି ଏ ସମ୍ପର୍କ ଗଢି
କାହଁକି ତୁମେମାନେ ମତେ ପ୍ରୀତିଭରା ପ୍ରେମେ ଏକାକରି ଗଲ ଛାଡି,
ଏତିକି କହିବି ମୁଁ ଜଳେ ପଛେ ଛାଳଣାର ଅଗ୍ନିଶିଖାରେ
ତୁମମାନେ ଖୁସିର ଢେଉରେ ଜୀବନେ ଆଗକୁ ଯାଅ ମାଡି,
ଭୁଲୁ ମତେ ବୁଝିବ ନାହିଁ
ମୁଁ ଏ ସମ୍ପର୍କ ଗଢି କିଛି ଭୁଲ କରିନାହିଁ ଏ ସମ୍ପର୍କ ସେତୁଟିଏ ସାଜି,
ସର୍ବାଦ ଚେଷ୍ଟାରେ ସମ୍ପର୍କର ବ୍ୟଗ୍ରତା ସହ ସତ୍ୟତାର
ସୌନ୍ଦର୍ଯ୍ୟକୁ ସାଥୀକରି କିଛି ନିଜେ ଯିବାକୁ ହଜି।
ଭୁଲ ଯଦି ମୁଁ କରିଛି
ଦଣ୍ଡ ମତେ ତୁମେମାନେ ଦିଅ,
କ୍ଷମାର ସାଗରେ ଭସାଇ
ତୁମେମାନେ ସମ୍ପର୍କ ଶିଖରରେ ଥାଇ ଟିକେ ହସି ଦିଅ।