Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Others

0.2  

Sujat Kumar Sahoo

Others

ଆତ୍ମା

ଆତ୍ମା

1 min
503



ଆତ୍ମାଟି ଅଜର, ଆତ୍ମାଟି ଅମର ,

ଭିନ୍ନା ଭିନ୍ନ କିଛି ନାହିଁ ।

ମାଟି ଘଟ ପଞ୍ଚ ଭୂତରେ ରହିଛି ,

ମାୟା କଳେବର ନେଇ ।

ଏଘଟେ ଯେ ଆତ୍ମା ସେଘଟେ ସେ ଆତ୍ମା 

ଏକ ବ୍ରହ୍ମରୁ କ୍ଷରୁଛି ।

ପୂର୍ଣ୍ଣ ବ୍ରହ୍ମ ସେତ ପୂର୍ଣ୍ଣ ରେ ରହିଛି

ଅବଶେଷେ ପୂର୍ଣ୍ଣ ଅଛି ।

ତିନି ପୂରେ ତିନି ଲୋକେ ବିଦ୍ୟମାନ

ଆତ୍ମା ନାମେ ବ୍ରହ୍ମ ହୋଇ ,

ଆତ୍ମା, ପ୍ରେତ ଆତ୍ମା, ପରମ ଆତ୍ମା ଯେ

ଅଲେଖ ବ୍ରହ୍ମାଣ୍ଡ ସାଇଁ ।

ଅବ୍ୟକ୍ତ, ଅଚିନ୍ତ୍ୟ, ଅବର୍ଣ୍ଣନିୟ ଯେ

ସର୍ବ ଘଟେ ବିଦ୍ୟମାନ ।

ଘଟେ ଘଟି ହୋଇ ରହିଥାଏ ସେହି

ନୟନେ ଜ୍ୟୋତି ଯେସନ ।



Rate this content
Log in