Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Romance

1.0  

Maheswar sahoo

Romance

ଏହିତ ପ୍ରେମ

ଏହିତ ପ୍ରେମ

1 min
594


ସ୍ମୃତିରୁ ଆରମ୍ଭ,    ହୃଦୟ ମଧ୍ୟରେ,

     ସ୍ପନ୍ଦନ ସାଥେ ଜଡିତ:

ପ୍ରତି ସ୍ପନ୍ଦନରେ,   ସାଥେ ସ୍ଥିତ ରହି,

     ଉତ୍ସାହିତ ଆଲୋଡିତ::

ପ୍ରାଣ ହର୍ଷ ଶ୍ରାବ୍ୟ,   କୀର୍ତ୍ତୀ ମୂର୍ତ୍ତି ସ୍ତବ,

     ଢାଳେ ଭାଙ୍ଗୁର ମୂର୍ଚ୍ଚନା:

ଆକର୍ଷିତ ମନ,      ଯୁଗଳ ଚୁମ୍ବକ,

     ନିରନ୍ତର ୟେ କାମନା::

ମାତୃ ପିତୃ ପ୍ରେମ,    ଅସୀମ ମହକ,

    ଚିର ନିତ୍ୟ ଓ ଶାଶ୍ୱତ:

ଭାତୃ ଭଗ୍ନୀ ପ୍ରେମ,ସ୍ନେହ ଶ୍ରଦ୍ଧା ସଂଗେ,

    ଆଜୀବନ ଆଲୋଡଜ଼ିତ::

ଗୁରୁ ଶିଷ୍ୟ ପ୍ରେମ,  ଭକ୍ତି ମୁକ୍ତି ସାଥେ,

    ଉଦୟ ଜ୍ଞାନର ଜ୍ୟୋତି:

ବାଲ୍ୟ ବନ୍ଧୁ ସଦା,   ପଥ ପ୍ରଦର୍ଶକ,

   ଥାଏ ହୋଇ ନିଜ ଶକ୍ତି::

ଯୁଗ ଯୁଗ ପାଇଁ,  ପତି ପତ୍ନୀ ପ୍ରେମ,

   ବନ୍ଧା ଜୀବନର ପଥେ:

ଜୀବନ ମରଣ,    ଏକସାଥେ ରହି,

   ଚାଲେ ସୁଖ ଦୁଃଖ ରଥେ::

ପ୍ରେମ ଚିରନ୍ତନ,   ପ୍ରେମ ହିଁ ସମ୍ପର୍କ,

    ପ୍ରେମ ବିନା ନାହିଁ ଶାନ୍ତି:

ଏହି ପ୍ରେମ ବନ୍ଧେ,  ସୂର୍ଯ୍ୟ ଚନ୍ଦ୍ର ପୃଥୀ,

    ନିଜ ପଥେ ରହିଛନ୍ତି::

ପ୍ରେମ ଅର୍ଥ ନୁହେଁ,  ଛଳନା ଲାଞ୍ଛନା,

    ନୁହେଁ ଭଣ୍ଡ ପ୍ରତାରଣା:

ପ୍ରେମ ଶବ୍ଦ ସାଥେ,  ନଲାଗୁ କଳଙ୍କ,

    ପ୍ରେମ ସୃଷ୍ଟି ସଂରଚଣା::

  *******(ମହେଶ୍ୱର)*******

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ

ବାଲେଶ୍ୱର (ଭଦ୍ରକ)


Rate this content
Log in

Similar oriya poem from Romance