Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ଯୌତୁକ ତାଲିକା ନଗଦ ଟଙ୍କାଟି

ଯୌତୁକ ତାଲିକା ନଗଦ ଟଙ୍କାଟି

1 min
6.6K


ଯୌତୁକ ତାଲିକା ନଗଦ ଟଙ୍କାଟି

 

ପର୍ଶୁରାମ ବିଶ୍ୱାଳ

 

ବାଜା-ବାଣ ପ୍ରସେସନ ବିନା ଏଠି ହୁଏନାହିଁ ବାହାଘର

ଇଏ ଝିଅବାପା ଟଙ୍କା ସିନା ପ୍ରଭୁ ଜମି ବିକା ଋଣ ଭାର

ଯୌତୁକ ତାଲିକା ନଗଦ ଟଙ୍କାଟି

ବଢ଼େ ଦେଖୁଚୁ ଠାକୁର ।

 

ଝିଅ ବାପା ପଇସାରେ ପୁଅ ବାପା କରେ ବଡ଼ ଭୋଜିଭାତ

ମଟନ, ଚିକେନ, ପନୀର କି ନାହିଁ ବୁଝିବୁ ମିଛ କି ସତ

ବରଯାତ୍ରୀ ପାଇଁ କିଣା ହୁଏ ମଦ

ସିଏ ବି ସବୁ ତାହାର ।

 

ଡିମାଣ୍ଡ ଟଙ୍କାଟି କା’ କାମେ ଲାଗେନା, ନା ପୁଅ ନା ଝିଅ ଘର

ବାଟଖର୍ଚ୍ଚ ନାଆଁ ଧରି ସେ ପଇସା ବାଟେ ତା’ର କାରବାର

କରଜ ବି କରେ ପୁଅ ବାପା କାହିଁ

ବଢ଼ିବ ବୋଲି ଖାତିର ।

 

ବାହାଘର ଯେବେ ହବ ଏଠି ପ୍ରଭୁ ନଥିବଟି ବାଜାବାଣ

ନଥିବ ସେ ପ୍ରସେସନ, ଭୋଜିଭାତ, ହବନାହିଁ ଯେବେ ଟାଣ

ପୁଅବାପା ଖର୍ଚ୍ଚ କମିଯିବ ନିଶ୍ଚେ

କି ମାଗିବ ଝିଅ ଘର ।

 

ପୁଅବାପାଙ୍କୁ ତୁ ବୁଝେଇ କହିବୁ ଆହେ ଜଗତ ଠାକୁର

ବୃଥା ଖର୍ଚ୍ଚ କରି ଉଚ୍ଛନ୍ନ ନକରୁ ସିଏ ଆଉ ଝିଅ ଘର

ତା ନହେଲେ ରୋକୁ ଆଇନି ବଳରେ

ଖର୍ଚ୍ଚ ଆମ ସରକାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in