ବାସର ଶେଯ
ବାସର ଶେଯ
ରଜ ବିଶେଷାଙ୍କ କବିତା
କିଏ ? ଜାଣିଛି କହିଲ,
ମନ
ତୁମ ଆନମନା,
ବହୁ ପ୍ରତୀକ୍ଷିତ
ବାସର ଶେଯ,
ଆଉ
ସାଥି ଦୁହେଁ ବଦଳି
ଯାଇ ପାରନ୍ତି ,
କାହା ପ୍ରତି କାହିଁକି ?
କାହାର ପ୍ରତିବଦ୍ଧତା,
ମଣିଷ ପାଦରେ ବେଡି
ସିନା ଖାଲି
ତୁଛାଟାକୁ ଦେଇ ଅବାନ୍ତର ସମ୍ପର୍କର ଦ୍ଵାହି,
ସୁଯୋଗ ମିଳିଲେ ହେଲା,
ନିରୋଳାରେ
ଗୁଟୁର ଗୁ ଗୁଟୁର ଗୁ
ଖଣ୍ଡି ଉଡାନ ,
ରାସ୍ତା ଅଲଗା ଅଲଗା,
ମଣିଷରୁ ବିବର୍ତ୍ତିତ
ହେବାକୁ
ପଶୁ ରୂପେ ଲାଗୁଛି ବା
କେତେ ସମୟ,
କିଡ଼ଗିଚ ଯେ ବଦଳାଏ
ରଙ୍ଗ ଇଛା ମୁତାବକ------ !
ସବୁରି ପଛେ ଏକା
କାରଣ ,
ପାଶ୍ଚାତ ସଂସ୍କୃତିକୁ ନ ଛାଡେ ବନ୍ଦ ,
ନିଜର ଯେତେ ଅଛି ଲାଗେ ପୁରୁଣା ଡଙ୍ଘ
ଯେତେ ରାତି ସେତେ
ବାସର ଶେଯ
ଖେଳ ଓ ଖେଳାଳି
ଖାଲି ଭିନ୍ନ ଭିନ୍ନ,
ମିଛ ମିଛିକା
ସାବିତ୍ରୀ ଓଷା, ଉପବାସ
ସବୁ ରଜର ପାନ ମଉଜ
କାହାର ଓଠ ଖାଲି
କେତେ ନାଲି
ଓ
ପିଲା ଦିନ ବୋହୁ ବାଗୁଡ଼ି ଖେଳ,
ସାଙ୍ଗ ମିତ ଥଟ୍ଟା ପରିହାସ,
କେବଳ ସତ
ଏକମାତ୍ର ନିଜସ୍ୱ ବିକାଶର ଦୌଡି,
ହାଲିଆ ହେଉ ନ ଥିବା
ବାସର ଶେଯ ,
ସବୁ ରାତିର ଲୁହ ଭିଜା ତକିଆ
ଅଭିନୟର ରଙ୍ଗମଞ୍ଚ
ଜୀବନ ଦୌଡର ----------!!
@କାଶ୍ୟପ,©®
ରାୟଗଡା ।