Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଉମା ଶଙ୍କର ମାଝୀ

Children

0.3  

ଉମା ଶଙ୍କର ମାଝୀ

Children

￰ହସ୍ତାକ୍ଷର(ଶିଶୁ କବିତା)

￰ହସ୍ତାକ୍ଷର(ଶିଶୁ କବିତା)

1 min
579



ପିଲାମାନେ ନିତି ତୁମେ ଲେଖ ହସ୍ତାକ୍ଷର 

ସୁନ୍ଦର ଦିଶିବ ତୁମ ଲେଖିବା ଅକ୍ଷର l


ହସ୍ତାକ୍ଷର ବହୁ ଲାଭ ଅଛି ଲେଖିବାରେ

ଭଲ ଛାତ୍ର ଗଣାଯାନ୍ତି ନିତ୍ୟ ଅଭ୍ୟାସରେ  l 


ଅଭ୍ୟାସ ରେ ପଡିଗଲେ ଯେ କୌଣସି କାମ 

ସହଜ,ସରଳ ଆଉ ହୁଅଇ ଉତ୍ତମ l 


ଛାତ୍ର ଜୀବନରେ ସଦା ମନେ ରଖିଥିବ

ଅଳସୁଆ ଗୁଣ କେବେ ପାଖେ ନ ରଖିବ l 


ନିଜେ କାମ କଲେ ଯେଉଁ ଆନନ୍ଦ ମିଳଇ

ଅନ୍ୟକୁ ନିର୍ଭର କଲେ ପାଇବ ଯେ କାହିଁ ?


ନିର୍ଭୁଲ ସୁନ୍ଦର ଯଦି ଲେଖିବ ଅକ୍ଷର

ପରୀକ୍ଷାରେ ଭଲ ଅଙ୍କ ମିଳିବ ତୁମର l 


ନିତ୍ୟ ଯଦି ହସ୍ତାକ୍ଷର ଲେଖିବା ଅଭ୍ୟାସ 

କରିଥାଏ ଯେଉଁ ଛାତ୍ର ଉତ୍ତମ ଅବଶ୍ୟ l 


ଭଲ ଅଭ୍ୟାସରୁ ମିଳେ ନିଶ୍ଚେ ପୁରସ୍କାର 

ନିଜେ ବଦଳିଲେ ବଦଳିବ ଏ ସଂସାର l 


ଲେଖିବାର ଗତି ବଢ଼େ ତାର ନିରନ୍ତର 

ଯାର ଥାଏ ଲେଖିବା ଅଭ୍ୟାସ ହସ୍ତାକ୍ଷର l


ଏଣୁ ପ୍ରତିଦିନ ହସ୍ତାକ୍ଷର ଯେ ଲେଖିବା

ଓଡ଼ିଆ,ଇଂରାଜୀ,ହିନ୍ଦୀ ଭାଷା ନ ଭୁଲିବା l 


ଛାତ୍ରଛାତ୍ରୀ ଏହି କଥା ମନେ ଦୃଢ଼କର 

ପ୍ରତିଦିନ ଅଭ୍ୟାସ କରିବ ହସ୍ତାକ୍ଷର l  


ନିଶ୍ଚୟ ଭଲ ଶିକ୍ଷାର୍ଥୀ ତୁମେ ଯେ ହୋଇବ

ଦେଶ ପାଇଁ ତୁମେ ସଦା କରମ କରିବ l 


Rate this content
Log in