Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushantkumar Pradhan

Inspirational

3  

Sushantkumar Pradhan

Inspirational

ଆସ ଆମେ ଗରିବ ହେବା

ଆସ ଆମେ ଗରିବ ହେବା

1 min
7.0K



ଆସ ଭାଇ ଆମେ ଏକାଠି ହେବା 

ଗରିବ ହେବାକୁ ପଣ କରିବା ।।

ସର୍କାରୀ ଯୋଜନା ମାଗଣା ହେବ 

ରହିଲେ ଗରିବ ଅନେକ ଲାଭ ।।

ରାସନ କାର୍ଡ ଥିଲେ ପାଖରେ 

ଚାଉଳ ଗହମ ମିଳେ ଶସ୍ତାରେ ।।

ଖାଇଲେ ବୋହିଲେ ସରିବ ନାହିଁ 

ବିଲବାଡି ଚାଷ କରିବା କାହିଁ ।।

ବିଜୁ ପକ୍କାଘର କରି ରହିବା 

ବିଜୁ ଜ୍ୟୋତିରେ ବିଜୁଳି ପାଇବା ।।

ପଦବୀ ପେନସନ ନ ହେଲେ ନାହିଁ 

କୁତ୍ତା ହେବା ଆମେ ନେତାଙ୍କ ପାଇଁ ।।

ଆହାର ସାଥେ ମିଳେ ନିରାମୟ 

ମାଗଣା ସୁବିଧା ଆମ ଆଶ୍ରୟ । 

ଏନ୍ତୁଡିଶାଳରୁ ମଶାଣି ଯାଏ 

ମମତା ସାଥେ ହରିଶ୍ଚନ୍ଦ୍ର ଥାଏ ।।

ସ୍ୱତନ୍ତ୍ର ସୁବିଧା ଆମରି ପାଇଁ 

ସର୍କାରୀ ବାବୁଙ୍କ ପଦବୀ ପାଇଁ ।।

ଆସିଲେ ଭୋଟ ମିଳେ ନୋଟ୍ 

ମଦ ମାଛ ମାଂସ ଭୋଜନ ଛାଟ ।।

ରାଜକୋଷ ଥାଉ ଋଣ ଯନ୍ତାରେ 

ଚିନ୍ତା ଜମା କରନାହିଁ ମନରେ ।।

ଦଳିତ ନାମରେ ହୋଇବା ଖ୍ୟାତ 

କୋଟା ବଳେ ସବୁ ହୋଇବ ଜାତ ।।

ଯେତେ ଭାଇ ସେତେ ସୁବିଧା ନେବା 

ନ ହେଲେ ପଛରେ ଦୁଃଖ ପାଇବା ।।

ଗରିବ ରହିଲେ ଆମରି ଲାଭ 

ଦେଶ ଦୁର୍ଗତି ରେ ସହାୟ ହେବ ।।


  ସୁଶାନ୍ତ ପ୍ରଧାନ 

   ବଂଧହୁଡା 

ନରସିଂହପୁର କଟକ


Rate this content
Log in

Similar oriya poem from Inspirational