Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Others

5.0  

Sahitya Pujari Laxman Behara

Others

ଭାଗ୍ୟ

ଭାଗ୍ୟ

1 min
422


ଆକାଶ କୁସୁମ ତୋଳୁତୋଳୁ କେବେ

ଖସିଯାଏ ପାଦ ମାଟି,

ବିଚରା ମଣିଷ ଜାଣି ପାରେନାହିଁ

ଭୂମିରେ ପଡଇ ଲୋଟି ।


ସପନ ସଉଧ ବସି ଗଢୁଗଢୁ

ହୋଇଯାଏ ଚୁରମାର୍,

ଭାଗ୍ୟ ତା'ର ବାମ ହୋଇଗଲା ବୋଲି

ଝରାଏ ଲୋତକ ଧାର ।


ଚାଲୁଚାଲୁ କାହା ଜୀବନର ପଥ

ଅଧା ବାଟେ ସରିଯାଏ,

ଭାଗ୍ୟର ଖେଳରେ କିଏ ଜିତିଯାଏ

ଆଉ କିଏ ହାରିଯାଏ ।


ଭାଗ୍ୟବଳେ କିଏ ଛୁଅଁଇ ଆକାଶ

କିଏ ଯାଏ ରସାତଳ,

ଭିକ୍ଷୁକ ସୁନାର ମୁକୁଟ ପିନ୍ଧଇ

ରାଜା ଧରେ ଭିକ୍ଷାଥାଳ ।


ମଣିଷ ନାଶାର ଦଉଡି ସର୍ବଦା

ଭାଗ୍ୟ ହସ୍ତେ ରହିଥାଇ,

ଯିଏ ଯେଉଁପରି କରମ କରଇ

ସେପରି ଫଳ ଦିଅଉ ।


Rate this content
Log in