Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhakta Malla

Romance

3  

Bhakta Malla

Romance

ଆଖି ବୁଜି ଦେଲେ

ଆଖି ବୁଜି ଦେଲେ

1 min
6.5K



ଆଖି ବୁଜି ଦେଲେ ହୃଦୟ ଭିତରେ

ତୁମେ ଦିଶ ଜକ ଜକ

ନାକ ରୁନ୍ଧି ଦେଲେ ତୁମ ନାମାବଳି

ମନ କରୁ ଥାଏ ଜପ ।

ଏତିକି ମାତର ମିନତି ମୋହର

ଲୋଡା ନାହିଁ ଆଖି କାନ

କରିଦିଅ ମୋତେ ଅନ୍ଧ ବଧିର

ଜପିବାକୁ ତୁମ ନାମ -

ତୁମ ନାମେ ମିଳେ - ସରଗ ସୁଷମା -

ତୁମେ ଭୋକିଲାର ଭୋକ ।


ଚୌଦିଗ ଯାହା ଏ ଆଖି ଦେଖଇ

ତୁମେ ତା' ର ଅଧୀଶ୍ଵର

ଚୌରାଅଶୀ ଲକ୍ଷ ତୋ ' ଠାରୁ ଜନମ

ପିତା ତୁମେ ସେ ' ସବୁର -

ତୁମ ବିନା ଏଇ ମୁଖର ଜଗତ

ନିମିଷକେ ହେବ ମୁକ ।

ଦିଅ ଆତ୍ମ ଞ୍ଜାନ ଚିନ୍ମୟ ଚିନ୍ତନ

କରିବାକୁ ଅନୁକ୍ଷଣେ

ମୁଁ କିଏ ! ମାତର ମୋର ଅଧିକାର

ଜାଣିବାକୁ ଇଚ୍ଛା ମନେ

ଇଚ୍ଛାମୟ ତୁମ ଇଚ୍ଛାରେ ଚାଲଇ

ଏ ଦୁନିଆ ରଥ ଚକ ।।



ଭକ୍ତ ଚରଣ ମଲ୍ଲ ।


Rate this content
Log in