Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

2  

Prakash Ranjan Parida

Others

ବିବର୍ତ୍ତନ

ବିବର୍ତ୍ତନ

1 min
6.8K



-------


ମୋ ଆଖିରେ ମୁହୂର୍ମୂହୁ ବଦଳି ଯାଉଛୁ ତୁ

ବଦଳି ଯାଉଛି ତୋ ଆଖିର ଭାଷା, କଣ୍ଠସ୍ବର

ଦିନକୁ ଦିନ ତୁ ବନିଯାଉଛୁ ମାନସାଙ୍କରୁ ଜଟିଳ ଉପପାଦ୍ୟ

ଏହା କଣ ତୋ ଭାଷାରେ ସାଂସାରିକ ଜୀବନର ଜାଂଗଲିକ ସତ୍ୟ ।

କଣ ଏମିତି ହବାର ଥିଲା

ଯାହା ଅପେକ୍ଷାରେ ମୁଁ ଭୁଲୁଛି ଧରା ଆଉ ମଥା ଉପରର ନୀଳ ଆଶ୍ରୟକୁ

ତା ମିଠା ସ୍ବର ଶୁଭିବ ମତେ ମୁଖରା ମୁଖରା

ଅରୁଣିମା ଭରା ଆଖିରେ ଭରିବ ନିଷ୍ଠୁରତା

ହୃଦୟରେ ଛାଇଯିବ ହୃଦୟହୀନ ପାଷାଣୀ ଶୂନ୍ୟତା

ସହି ହୁଏନା ମନ ଭୁଲେନା

କାଲି ପରି ଆଜି ବି ଝରୁଥାଏ ଝରଣା

ଅଧୁରା ଆଶାରେ କୋହର ନିଆଁରେ ପୋଡି ଯାଉଥାଏ ମନର ଅଗଣା

ନିଜ ଭିତରେ ଧ୍ୟାନସ୍ଥ ହେବାର ବ୍ୟର୍ଥ ଚେଷ୍ଟାରେ

ନିଜ ସହିତ ନିଜେ ଯୁଦ୍ଧ ଘୋଷଣା କରିବାର ଅପମୁହୂର୍ତ୍ତେ

ନର୍କ ଭୂଇଁରୁ ରତ୍ନ ସାଉଁଟିବାର ମାହେନ୍ଦ୍ର ବେଳାରେ

ମନେ ପଡୁ ତୁ

ମନେ ପଡେ ତୋ ମିଠା କଥା, ଅଭିମାନ ମଖା ଗୁମସୁମ ମୁହଁ

ତ ହାତରୁ ଖସିଯାଏ ଯୁଦ୍ଧାସ୍ତ୍ର

ଧ୍ୟାନସ୍ଥ ପାଲଟିବାର ମହାମନ୍ତ୍ର

ରତ୍ନ ସାଉଁଟିବାର ବିଚିତ୍ର କୌଶଳ

ସବୁ ଭୁଲିଯାଏ ...ସବୁ ହଜିଯାଏ ।


ଅକାରଣେ ଲୁହରେ ଭିଜେ, ଅନ୍ୟମନସ୍କତାରେ ହଜେ

ତୋ ସ୍ମୃତିର ମନ୍ତରା ଧୂଳି ମତେ ତୋଳି ଧରେ ମାଟିଠୁ ଅନେକ ଉଚ୍ଚରେ

ଆଜିକାଲି ତୋ ହସରେ ଲୁହରେ

କେତେ କ୍ରୋଦ୍ଧ, କେତେ ଘୃଣା

କେତେ ଭଲପାଇବା, କେତେ ଅଭିମାନ

ମୁଁ କଳି ହିଁ ପାରେନା

ଉଡିଗଲା ବାସ୍ନା ପଛେ ପ୍ରଜାପତି ପରି

ମୋ ଆଖି ତତେ ଖୋଜି ହିଁ ପାଏନା

ତୋ ମିଠା ସ୍ବର ଆଉ ମୋ କାନକୁ ଶୁଭେନା ।

.......

ପ୍ରକାଶ ରଂଜନ ପରିଡ଼ା

ନିଶିପ୍ରଦୀପ, କଏଳପାଳ, ବାତୋ, କେନ୍ଦୁଝର

Mob: 9438080583

Email : little.ranjan@gmail.com


Rate this content
Log in