Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

3  

Abhakanta

Romance

ତୋ ନଜରେ ମୁଁ

ତୋ ନଜରେ ମୁଁ

1 min
13.3K


ତୋ ନଜରେ ମୁଁ

 

ଆଭାକାନ୍ତ ମହାନ୍ତି

 

ତୋ ନଜରେ ମୁଁ ହେଲି ଛତରା ବଜାରୀ ଲୋ

       କୁକୁର ବିଲେଇ,

କେବେ ଯଦି ପଦେ କଥା ତତେ ଦେଲି କହି ଲୋ

       ଚାଲିଯାଉ ମୁହଁକୁ ଫୁଲେଇ । ୦ ।

 

ତୋଓ-ମୋଓ ଯୋଡ଼ି ରାଜଜୋଟକ ଲୋ

       ଆଖି ଖୋସିହୋଇପଡ଼ିବ,

ତୋଓ ବାପା-ବୋଉ ଖୋଜିହେଲେ ସିନା

       ବର-ଓସ୍ତ ପତ୍ର ଯୋଡ଼ିବ,

ଜାଣିପାରୁନାହିଁ ବାପାକୁ ତୋହର

       କେମିତି ପାରିବି ପାଲେଇ । ୧ ।

 

କୁମ୍ଭପକା ଶାଢ଼ି ବୋଉ ପାଇଁ, ବାପା-

       ପାଇଁ ଶାନ୍ତିପୁରୀ ଯୋଡ଼,

କିଣିବି ବୋଲି ମୁଁ ଭାବୁଛି ଏସନ

       ଆସୁ ସରସ୍ୱତୀ ବୁଡ଼,

ଆଗକୁ କହୁଛି ଛୋଟମୋଟ କଥା

       ପାଇଁକି ହୋଇବୁ ଭଲେଇ । ୨ ।

 

ବେଙ୍ଗୀ ନୂଆଉକୁ କହିଛି ତୋ ବୋଉ

       ସାଥିରେ ହେବାକୁ କଥା,

ଚକରା ଭାଇନା ଠିଇକି କରିବେ

       ତୋ ବାପା ଓଲଟା ମଥା,

ତୋର-ମୋର ବାହା ବିହି ବରାଦ ଲୋ

       ପିତ୍ତଳ ବାସନେ କଲେଇ । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in