ରାଧା କିଏ?
ରାଧା କିଏ?
ରାଧା କିଏ? ............... ଗମ୍ଭୀର ମୁଦ୍ରାରେ ବସିଥିଲେ ବେଣୁପାଣି, ରାଧା କିଏ ବୋଲି ପଚାରି ଦେଲେ ରୃକ୍ମିଣୀ। ହସିଦେଲେ ଚକ୍ରଧାରୀ, କହିଲେ ରାଧିକା ନୁହେଁ କେଉଁ ନାରୀ ଅବା କେଉଁ ଅପସରୀ। ନାହିଁ ସ୍ଥିତି ନାହିଁ ଲୟ, ରାଧା ଖାଲି ଏକ ଅନୁଭବ ଯାହା ଅପୂର୍ବ ଅତୁଳନୀୟ। ପଦ୍ମ ସୁଗନ୍ଧରେ, ଚନ୍ଦ୍ରର ଶୀତଳତାରେ, ରହିଅଛି ରାଧା ଲବଣୀ କୋମଳତାରେ। ବିରହ ଭିତରେ ଯେଉଁ ମଧୁରତା, ସତ୍ୟ,ଶାନ୍ତି,କ୍ଷମା ଆଉ ସହିଷ୍ନୁତା ସେମାନେ ରାଧାର ଅଂଶ, ମୁନି ରୃଷି କଂଠ ପବିତ୍ର ଓଁକାରେ ରାଧିକା କରେ ନିବାସ। ପବିତ୍ର ହୋମର ଅଗ୍ନି ସୁଗନ୍ଧରେ, ମୋ ରାଧିକା ବାସକରେ, ରାଧାଥାଏ କୃଷ୍ମସାର ଚପଳତା, ନୀଳକଇଁ ଅପେକ୍ଷାରେ। ସଂଗୀତ ରାଗିଣୀ,ମଧୁ ବଂଶୀ ସ୍ବରେ ଲୁଚିଅଛି ରାଧାଭାବ, ଅନନ୍ତ ଆକାଶ ଗମ୍ଭୀରତା ମଧ୍ୟେ ହୁଏ ରାଧା ଅନୁଭବ। ସମୁଦ୍ରର ଅଭିମାନ,ହିମାଳୟ ଉପତ୍ୟକା ନିର୍ଜନତା, ତା ଭିତରେ ଲୁଚି ରହିଅଛି ପରା ରାଧିକାର ମହାନତା।
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା