Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Tragedy

3  

Sukanti Hotta

Tragedy

ଅପେକ୍ଷା

ଅପେକ୍ଷା

1 min
477


ରିମା କାନ୍ଦୁଅଛି ଅତି ବିକଳରେ

କୁଆଡେ ଗଲୁ ମୋ ଲୁସି,

ତୋ ଆସିବା ବାଟ ଅପେକ୍ଷା କରିଛି ଦାଣ୍ଡଦୁଆରେ ମୁଁ ବସି l


ଖାଇବାକୁ ମୋତେ ଭଲ ଲାଗୁନାହିଁ

ହୋଇଗଲି ମୁଁ ଏକା,

ମୋହରି ପାଖକୁ ଜଲଦି ଆସେ ତୁ

ଦେବୁନି ମୋତେ ଧୋକା l


ମୋର ମାଆବାବା ତୋତେ ଦୂରେଇଲେ

ତୋର ଲୋମ, ଲାଳ ପାଇଁ,

ଡାକ୍ତର କହନ୍ତି ଏସବୁ ବିପଦ

ମଣିଷ ମାନଙ୍କ ପାଇଁ l


ଧନ ଲୁସି ମୋର କୋଳକୁ ଆସିଲେ

ଭଉଣୀ ପରି ତୁ ଲାଗୁ,

ଥରେ ଚାଟିଦେଲେ ଅତି ସେନେହରେ

ଗାଳି ଭୂଲିଯାଏ ସବୁ l


ପଢିବାକୁ ମୋତେ ଭଲ ଲାଗୁନାହିଁ

ମାଆଯେ ଦିଅନ୍ତି ଗାଳି,

ତୋରବିନା ମୁଁ ରହିବି କେମିତି

ଅପେକ୍ଷା କରିଛି ଖାଲି l


ବାବା ଛାଡିଦେଲେ ମାମୁଁ ଘରେ ତୋତେ

ଯାଇ ପାରିବିନି ଏବେ,

ଆଖିର ଲୁହ ମୋ ଜମା ସୁଖୁନାହିଁ

ଦେଖିବି ମୁଁ ତୋତେ କେବେ l


ବାବା କହୁଛନ୍ତି ଛୋଟ ପିଲାଟି ମୁଁ

କାଳେ ତୁ କାମୁଡି ଦେବୁ,

ସବୁଠୁ ନିଜର ତୁ ପରା ମୋହର

କେମିତି ସେଠାରେ ଥିବୁ l


ସୁକାନ୍ତି ହୋତା

ତାଳଚେର

7008819476


Rate this content
Log in

Similar oriya poem from Tragedy