Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି

ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି

1 min
1.3K


ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି ...

ଝିଟିପିଟି, ଅସରପା

ଏଣ୍ଡୁଅ ଦେଖିଲେ ଡରନ୍ତି

ହେଲେ ମତେ ଦେଖିଲେ

ସିଂହ ପରି ଗର୍ଜନ କରନ୍ତି

ଭଲ କୁହନ୍ତି, ଗାଆନ୍ତି, ନାଚନ୍ତି,

ମତେ ଦେଖିଲେ କାକ ସ୍ୱରରେ

ଶୁଣାନ୍ତି ଭାଗବତ ବାଣୀ,

କରନ୍ତି ଶିବଙ୍କର ତାଣ୍ଡବ ନୃତ୍ୟ

ବାପଘର ଆସିଲେ ଘରଟି ଉତ୍ସବମୟ,

ଶ୍ୱଶୁର ଘର ଗୃହଯୁଦ୍ଧର କାରଣ,

ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି ।

 

ସବୁ କଥାରେ ସଙ୍ଗେସଙ୍ଗେ ଯୁକ୍ତି, ଉତ୍ତର

ଯେପରି କାଶୀ ପଣ୍ଡିତଙ୍କ ବଂଶଧର

ଚାକରାଣୀ ଆସିଲେ ତ ପ୍ରତିଦିନ ପୁଷମାସ

ନଆସିଲେ ଧୋବାଘାଟର ଗଧ

ଆଦେଶ ମାନିଲେ

ପ୍ରେମର ମୂର୍ତ୍ତିମତୀ ଦେବୀ

ତିଳେମାତ୍ର ଅବହେଳାରେ

ମହାଭାରତ ଯୁଦ୍ଧର ନାୟିକା

ପିଲାମାନଙ୍କର ସ୍ୱାଧୀନତା

ବ୍ୟକ୍ତିଗତ ଅଧିକାର

କିଏ କହିଲେ ଝାମେଲାର ଦ୍ୱାର

ସୌକିନି ଜିନିଷ କିଣାର ଆଗରାତି

ଫଗୁଣ ମାସର ଆଗମନ

ବାକିଦିନ ଶାଗୁଣା, ଶିଆଳର ଖୁମ୍ପାଖୁମ୍ପି ।

 

ଭୁଲରେ ବି ଅନ୍ୟ ସ୍ତ୍ରୀର ଗୁଣଗାନ

ବାପଘର ପାଇଁ କଟୁବଚନ

ରଣଚଣ୍ଡୀର ସାକ୍ଷାତ ଦର୍ଶନ

ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି ।

 

ଭାଇ ଏତେ ସବୁ ଘଟଣା ଘଟିଲେ ମଧ୍ୟ

ପ୍ରତିଦିନ ଫେରନ୍ତା ବାଟରେ

ସେ ଯୋଉଦିନ ଗେଟ୍ ଖୋଲି

ହସହସ ମୁଖରେ ସ୍ୱାଗତ କରନ୍ତି...

ଜାଣିବ ପାଣିପାଗ ଅଫିସର ଘୂର୍ଣ୍ଣିଝଡ଼ର

ପ୍ରାକ୍ ସୂଚନା

ତଥାପି...

ଆମ ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy