Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ବିଶ୍ୱ ଅର୍ଥନୀତି ମାନ୍ଦା ହେଉ ପଛେ

ବିଶ୍ୱ ଅର୍ଥନୀତି ମାନ୍ଦା ହେଉ ପଛେ

1 min
13.2K


ବିଶ୍ୱ ଅର୍ଥନୀତି ମାନ୍ଦା ହେଉ ପଛେ

 

ପର୍ଶୁରାମ ବିଶ୍ୱାଳ

 

ହଜାର ହଜାର କୋଟି ଯାଉଅଛି ଆମରି ଦେଶର ଟଙ୍କା

ସେଇ ପଇସାରେ କେତେ ଦେଶ ଧନୀ, ଆମ ରାଜକୋଷ ଫାଙ୍କା

ବିଦେଶ ଦରବ କିଣୁଅଛୁ ଜଗା

ବନୋଉଚନ୍ତି ସେ ବୋକା ।

 

ବିଦେଶରେ ଗଢ଼ା ନୂଆ ଚିଜଟିଏ ଦେଖିଦେଲେ ଆମେ କାହିଁ

କିଣିବା ପାଇଁକି ହେଉ ଆଗୁସାର, ପଇସାର ଚିନ୍ତା ନାହିଁ

ଏଣେ ଆମ ଚିଜ ଅଖୋଜା ଅଲୋଡ଼ା

ଆମ ଅର୍ଥନୀତି ବଙ୍କା ।

 

ସ୍ୱଦେଶୀ ଦରବ କିଣିବା ପାଇଁକି ମନ ବଳୁନାହିଁ କା’ର

କି କିମିଆ ଅଛି ଲାଗିଚି ଯୋଉଠି ସେଇ ବିଦେଶୀ ମୋହର

ଚୁଲିରେ ଆମର ଶୋଉଚି ବିଲେଇ

କି ଅଛି ତାଙ୍କର ଦକା !

 

ଭଲ ଗୁଣଦ୍ରବ୍ୟ ତିଆରି ପାଇଁକି ଯେ ଅଛି ଜ୍ଞାନକୌଶଳ

ସେସବୁ ଯୋଗେଇ ଦେଉ ସରକାର, ବୁଝାରେ କଳାଠାକୁର

ଦେଶୀ ଜିନିଷରେ କା’ ମନେ ନରହୁ

କିଣିବା ପାଇଁକି ଶଙ୍କା ।

 

ଆମରି ଜିନିଷ ଆମେ କିଣିନେଲେ ବଢ଼ିବ ସେ କାରଖାନା

ଲକ୍ଷଲକ୍ଷ ଆମ ବେକାର ପୁଅର କାମ ମିଳିଯିବ ସିନା

ଅଭାବ କଷଣ ରହିବନି ଆଉ

ମାରିବୁରେ ଆମେ ଛକା ।

 

ଡଲାରକୁ ଆଖି ଆଗରେ ରଖିଲେ କମୁଚି ଟଙ୍କାର ଭାଉ

ଆମ ଦ୍ରବ୍ୟ କିଣି ଟଙ୍କା ସାଇତିଲେ କି କରିବେ ସିଏ ଆଉ

ବିଶ୍ୱ ଅର୍ଥନୀତି ମାନ୍ଦା ହେଉ ପଛେ

ଆମ ଆଗେଇବା ପକ୍କା ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in