ନିଦ୍ରିତ ବିବେକ
ନିଦ୍ରିତ ବିବେକ
ରାତିଟା ଯେ ଢେର୍ ଲମ୍ବା ହେଲାଣି
ସୂର୍ଯ୍ୟୋଦୟର ନାହିଁ ଚିହ୍ନ
କଳା ରାତିର କଳା କାରନାମା
ବିବେକ ଦେଖୁଛି ସପନ।
ପାହୁନି ରାତି ଉଠୁନି ବିବେକ
ସୁଖ ସପନରେ ହଜିଛି
ଏପଟେ ଦୈତ୍ୟ ବିନା ଦ୍ଵିଧାରେ
ମଣିଷ ପଣିଆ ଲୁଟୁଛି ।
କଳିଯୁଗର ମହାଭାରତେ
ଅନ୍ୟାୟର ବିଜୟ ହୁଏ
ଲେଖାଯାଏ ଭିନ୍ନ ରାମାୟଣ
ସତ୍ୟ ଧର୍ମ ଯେ ହାରିଯାଏ ।
ବିବେକ ରାମ ନିଦ୍ରିତ ମୁଦ୍ରା
ଲୋଭୀ ମନ ହୁଏ ଚଞ୍ଚଳ
ଅନ୍ୟାୟ ଅତ୍ୟାଚାର ରାଜୁତି
ବୃକ୍ଷରେ ମହାକାଳଫଳ ।
......ପଦ୍ମାଳୟା ମିଶ୍ର