Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ତୁମ ବିନା ପ୍ରିୟା

ତୁମ ବିନା ପ୍ରିୟା

1 min
6.9K


ତୁମ ବିନା ପ୍ରିୟା

 

ଆଭାକାନ୍ତ ମହାନ୍ତି

 

ତୁମ ବିନା ପ୍ରିୟା           ଚାଲିବା ଜାଣିନି

       ତୁମେ ତ ପଡ଼ିଲ ଥକି

କେମିତି ଚାଲିବି           ଆୟୁଷ ଅନ୍ଧାରେ

       ଅଛି କେତେ ବାଟ ବାକି । ୦ ।

 

ବହୁ କଳପନା             ଅନେକ ସପନ

       ବାଛିଛି ଯା' ଆଜିଯାଏ

ଚିନ୍ତନର ମୋର           ପ୍ରତିଟି ଛକରେ

       ତୁମେ ବସିଥାଅ ପାଏଁ

ଆଗକୁ ବିଭୋରେ        ଚାଲିବି ଚାହୁଁଛି

       ତୁମେ କିଆଁ ଯାଅ ରୁକି । ୧ ।

 

ଅବାରିତ ପରା            ଆଗେଇବା ଧାରା

       ସମୟର ସରଣୀରେ

କଥା ଦେଇ ଥକି          ବସିଲ କାହିଁକି

       ଅପାରଗେ ଧରଣୀରେ

କାନ୍ଧେ ବୋହି ବାକି       ବାଟ ଚାଲିଲେ ବି

       ପ୍ରତିଜ୍ଞାକୁ ଦେଲ ଠକି । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in