ମାର ମମତା
ମାର ମମତା
ମାର ମମତା
ପୂଜେନି ଠାକୁର ଯାଏନି ମନ୍ଦିର
ମା ତୁମ ସ୍ନେହ ଅଟେ ଏୈଶ୍ଚର୍ଯ୍ୟ ଭଣ୍ଡାର
ସ୍ବର୍ଗଠାରୁ ବଡ ବସୁଧା ଭରା
ମମତା ବାଣ୍ଟଇ ସିଏ ଆମ ମା ପରା
ମଧୂଠାରୁ ମିଠା ତାହାରି ମୋହ
ଫୁଲଠୁ କୋମଳ ତା ହାତ ସ୍ନେହ
କରିବାନି କେବେ ମାନ ଆଉ ଅଭିମାନ
ସର୍ବଦା ଦେଵା ତାକୁ ସମ୍ନାନ
ଦାୟିତ୍ବ କତ୍ତବ୍ୟରେ ସେ ନ କରେ ହେଳା
ସଦାସର୍ବଦା ଥାଏ ସେ ଚଞ୍ଚଳା
ସିମାହୀନ ଅଟଇ ମମତା ତାହାର
କରିଥାଏ ସେ ସମସ୍ତଙ୍କୁ ଆଦର
ବାତ୍ସଲ୍ୟ ମମତାରେ ବାନ୍ଧେ ସେ ବନ୍ଧନ
ଜୀବନକୁ ଆମର କରିଛି ଧନ୍ୟ
ମମତା ବାଣ୍ଟଇ ସେ ପ୍ରତି ଅନୁକୋଣେ
ମନ ଭିତର କଥା ସର୍ବଦା ଜାଣେ
ମନରେ ତାର ନାହିଁ କିଛି ହିଂସାର ଭାବ
ହୃଦୟରେ ନାହିଁ କେବେ ଘୃଣା ଗଛିତ
ମା ନୁହେଁ ସିଏ ସାକ୍ଷାତ ଦେବୀଟିଏ
ଅଳିଅର୍ଦଳି କେତେ ଯେ ସହେ
କରିଵାନି କେବେ ତାକୁ ହତାଦର
ତା ପାଦ ତଳେ ଶତ ପ୍ରଣିପାତ ମୋର।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର