Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Romance

3  

Prasant Kumar Senapati

Romance

ତୋ ପାଇଁ

ତୋ ପାଇଁ

1 min
7.0K


କୁଳୁକୁଳୁ ହୋଇ ଝରଇ ଝରଣା

ଝରଝର ଝରେ ପାଣି,

ଆଞ୍ଜୁଳା ଆଞ୍ଜୁଳା ଆଣି ପିଉଛି ମୁଁ

ତଥାପି ଶୋଷ ମୋ ମେଣ୍ଟୁନି ।

ଫିକା ଫିକା ଜହ୍ନ ଆଲୁଅରେ

ଯେବେ ମୁଁ ଦେଖିଲି ତାକୁ,

ନିଜର ନିଜର ମୋତେ ଲାଗିଲା ସେ

ଭୁଲିଗଲି ଦୁନିଆକୁ ।

ଲାଜ ଲାଜ ତାର ଦୁଇ ଆଖି

ପ୍ରେମରେ ଗଲି ମୁଁ ପଡି,

ପ୍ରେମିକା ସାଜି ଚାଲଇ ମୋ ସପନେ

ଲାଲ୍ ଟୁକୁଟୁକୁ ସାଧବାଣି ପରି ।

ମନେ ମନେ ତାକୁ ଭଲପାଉଥିଲି

ଓଠ ଖୋଲି ପାରିଲିନି କହି,

ସପନେ ଆସି ମୋ ପାଖେ ବସି

କହେ ମୁଁ ତୋ ପାଇଁ, ତୁ ମୋ ପାଇଁ ।

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya poem from Romance