Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Others

3  

gouranga charan beura

Others

ନାଟୁଆ ଠାକୁର

ନାଟୁଆ ଠାକୁର

1 min
13.9K


ନବ ବୃନ୍ଦାବନେ ତୁଳସୀ କାନନେ

ତୁଳସୀ ମାଳିଅା ତୁମେ,

ମଧୁଜାଗରଣେ ସ୍ୱାମୀ ଗୁଣଗାନେ

ଶ୍ରେଷ୍ଠ ଏ ମରତ ଧାମେ ॥

ଘେନ ଅର୍ଘ୍ୟଥାଳି ପୟର ପଖାଳି

ଝୁରେ ଶ୍ରୀପଦ କମଳ,

ଅମୀୟ ଆଶୀଷ ଢାଳି ପ୍ରାଣଈଶ

କୃପା ବାରି ଅଜସର ॥

ମକରନ୍ଦ ଝରେ ପଦାରବିନ୍ଦରୁ

ପ୍ରେମ ମନ୍ଦାକିନୀ ଧାର,

ତୁମେ ତ ଆର୍ଯ୍ୟ ନବୀନ ସୂର୍ଯ୍ୟ

ପ୍ରାଣପଦ୍ମ ଶତଦଳ ॥

ରାଜୀବ ଲୋଚନ ରଘୁପତି ରାମ

ନବ ଦୁର୍ବାଦଳ ଶ୍ୟାମ,

ଷୋଳକଳା ଶ୍ୟାମ ଯଶୋଦା ନନ୍ଦନ

ବିଜେ ଶ୍ରୀ ପୁରୁଷୋତ୍ତମ ॥

ତୁମ ନାମେ ଯୋଗ ତୁମ ନାମେ ଭୋଗ

ତୁମେ ମୋ ଜୀବନ ତରୀ,

ତୁମ ନାମ ପ୍ରଭୂ ସ୍ମରଣେ ମନନେ

ଦୁଃଖ ଯାଏ ଅପସରି ॥

ତୁଟିଛି ତିମିର ଉଇଁଛ ଭାସ୍କର

ଆଲୋକିତ ଏ ସଂସାର,

ଥିଲା ଯାହା ସୁପ୍ତ କରିଲ ଜାଗ୍ରତ

କଲ ଜୀବନ ସଂଚାର ॥

ଦେଇଛ ଶରଣ ପ୍ରଭୂ ନାରାୟଣ

ଆଉ କିଛି ଲୋଡା ନାହିଁ,

ଟଂକ ତୋରାଣିରୁ ଟୋପାଏ ମିଳିଲେ

ସଂସାରୁ ଯିବି ମୁଁ ତରି ॥

-----ଗୈାରାଂଗ ଚରଣ ବେଉରା----------

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ-----


Rate this content
Log in