ଏ ଜୋଛନାଝରା ରାତି ଅକାରଣ
ଏ ଜୋଛନାଝରା ରାତି ଅକାରଣ
ଏ ଜୋଛନା ଝରା ରାତି ଅକାରଣ
ଆଭାକାନ୍ତ ମହାନ୍ତି
ଜୋଛନା ଝରା ଏଇ ରାତି ଅକାରଣ
ପ୍ରିୟା ତୁମ ବିହୁନେ
ବଉଦ କୋଳରୁ ଜହ୍ନଟା ଆଜି ଗୋ
ଦେଖି ମୋତେ ଥଟ୍ଟା କରେ । ୦ ।
ହେନା ଫୁଲୁ ବାସ ଚୋରାଇ ପବନ
ବଳେ ପାଖେ ଆଣି ଜଗାଏ କମ୍ପନ
ତୁମେ ଦୂରେ ସାଥୀ ତେଣୁ ଏଇ ରାତି
କାଟେ ତୁମ ସ୍ମୃତି ବଶେ । ୧ ।
କାହିଁକି କେଜାଣି ଯେତେ ବି ଚାହିଁଲେ
ଆଖିକୁ ନିଦ ନ ଆସେ
ବିରହ ବଇଁଶି ବାଜି ଉଠେ ଖାଲି
ମୋ ମନ ଗହନରେ । ୨ ।
ନିଦ କୋଳେ ତୁମେ ନିଜକୁ ହଜାଇ
ସପନ-ରାଇଜେ ଘୂରୁଥିବ ଯାଇ
ଏକା ଏକା ରାତି ଅସହ୍ୟ ହେଉଛି
ଏଥିରୁ ବୁଝିବ ଯାହା । ୩ ।
ଦେଖି ଏଇ ଜହ୍ନ ବିଳପଇ ମନ
ଖାଲି ପ୍ରିୟା ପ୍ରିୟା ପ୍ରିୟା
ସାର ସିନା ଆଜି ହଜିଯିବାଟା ଗୋ
ବସି ବସି କଳ୍ପନାରେ । ୪ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧