ଜୀବନ ଗୀତା-୨୦୩
ଜୀବନ ଗୀତା-୨୦୩
1 min
6.6K
ଜୀବନର ଅନ୍ୱେଷଣ
ଥିଲା ଆଦିମ ଯୁଗରେ
ଆଜିବି ରହିଛି ଜାରି
ତଥାପି ଏକବିଂଶରେ ॥୦॥
କେତେ ମୁନିଋଷି ହିମାଳୟେ ବସି
ସାଧନା କରନ୍ତି ଯୁଗଯୁଗ
ଜୀବନର ଖୋଜ ରହିଛି ରହିବ
ବିତିଯାଉ ଯେତେଯେତେ ଯୁଗ
ବୈଦିକ ଯୁଗରୁ ଲେଖା
ପୌରାଣିକ ସାହିତ୍ୟରେ ॥୧॥
କାଳର ଚକ୍ରରେ ଜୀବନ ତ ଘୂରେ
ବଦଳଇ ତାର ରୂପରେଖ
ନବ ଦିଗନ୍ତର ଆଲୋକର ଧାର
ଧୋଇଦିଏ ସବୁ କ୍ଳାନ୍ତି ଯାକ
ନୂଆ ଆଶା ଜୀବନରେ
ସଂଜୀବନୀ ସୁଧା ଭରେ ॥୨॥