Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

2  

Shanti Mishra

Others

କାହିଁକି ଦେଖିଲି ତୁମକୁ

କାହିଁକି ଦେଖିଲି ତୁମକୁ

1 min
6.6K


କାହିଁକି ଦେଖିଲି ତୁମକୁ

*******************

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

******************************

କାହିଁକି ଆସିଲ କେମିତି,ଏ ନୟନ ପଥେ l

ସେବେଠୁ ଦେଖୁଚି ତୁମକୁ, ଖାଲି ଚର୍ତୁଦିଗେ ll

ମନ ଲାଗୁ ନାହିଁ, ଆଉ ଆଜି କାଲି କୋଉଠି l

ଅହରହ ଭାବେ, ସରେ ନାହିଁ ଦିନ, ସରେନା ରାତି ll

ତୁମ ବିନା ଶୁନ୍ୟ ଲାଗେ, ଏଇ ସାରା ସଂସାର l

ହୀରା, ଲିଳା, ମୋତି, ମାଣିକ୍ୟ ଲାଗେ, କେତେ ଅସାର ll

ନିଶବ୍ଦ ରାତିର, ଗୁଣୁ ଗୁଣୁ ସ୍ବରେ, ଶବ୍ଦ ସଂଯୋଜନା l

ଆଉ ଥରେ ତୁମକୁ, ଦେଖିବାର ବଢ|ଇ ଦିଏ କାମନା ll

ଖୋଜୁଚି ଆଖି କିନ୍ତୁ ଦିଶୁନି ବି, କୋଉଠି ତୁମର ଛାଇ l

ଏବେବି ନୟନେ ଶ୍ର|ବଣ, ଝରେ ରହି ରହି ll

ଶରୀର ଥାଇ ବି ଅଶରୀରୀ, ହୋଇ ବୁଲୁଛି ପ୍ରାଣ l

ମିଳିଗଲେ ଅବା ତୁମେ,ଏ ଆତ୍ମା ପାଇଯାନ୍ତା ନିର୍ବାଣ ll

କାହିଁକି ଗଲି ସେ ଅଜଣା, ଅଶୁଣା ରାସ୍ତରେ ସେଦିନ l

କାହିଁକି ଦେଖି ତୁମକୁ, ଆତ୍ମହରା ହେଲା ଏ ମନll

ଅକ୍ତିଆରେ ରୁହେ ନାହିଁ, କାହିଁ ଆଉ ଏ ପାଦ ମୋର l

ଟାଣି ହୋଇ ଚାଲି ଯାଏ, ସେହି ଦିଗକୁ ବାରମ୍ବାର ll

କି ଥିଲା ସେ ବୀଣା ଝଂକୃତ, ସ୍ବର ଶକ୍ତିରେ l

ଚୁମ୍ବକିୟ ତରଂଗେ ଆସି, ଜମାଣ୍ଟ ବାନ୍ଧେ ସ୍ମୃତିରେ ll

ଯୁଗ ବିତିଲାଣି, ଫେରି ନାହିଁ ମନ, ଆଉ ପଛକୁ l

ମନ ବିନା ଏ ଜୀବନ, ଆପଣେଇ ନେଲା ଛଟପଟକୁ ll

ଜାଣେନା ସେ, ସମ୍ମୋହନ ଶକ୍ତିର, ଶକ୍ତ ବଳୟରୁ l

ମୁକ୍ତି ପାଇ ମନ ଫେରିବ, କେବେ ଆଉ ସେପାରୁ ll

ତାକୁ ଚିହ୍ନି ପାରିବିକି ନାହିଁ, ଆଉ ଭାବି ପାରେନା l

ନା ସାଲିସ୍ କରି ନେଇ ବନ୍ଚିଯିବି, ନିଜ ସାଥେ କରି ଛଳନା ll


*************************************



Rate this content
Log in