ମୋହନ ବଂଶୀ
ମୋହନ ବଂଶୀ
1 min
6.8K
ସେ ମୋହନ ବଂଶୀ ବାଜିଲେ କର୍ଣ୍ଣରେ
ଉଛୁଳେ ଯମୁନା ପାଣି
ସେ ବଂଶୀ ସ୍ଵନର ମଧୁର ଗୁଞ୍ଜନ
ରାଇଙ୍କୁ କରେ ପାଗେଳି ।
ମୀରା ବି ପାଗଳ ସେ ମଧୁର ସ୍ଵରରେ
ଭୋକ ଶୋଷ ଭୁଲି ଯାଏ
ଚାରିଆଡେ ହୁଏ କୃଷ୍ଣ ମୟ ଖାଲି
ଗୋପରୁ ମଥୁରା ଯାଏ ।
ଶ୍ୟାମଘନ ଯେବେ ଗୋପନରେ ଲୁଚି
ବଜାଇ ଦିଅନ୍ତି ବଂଶୀ
ଗୋପ ଗୋପାଳୁନି ପାଗଳ ହୁଅନ୍ତି
ଯମୁନା କୂଳକୁ ଆସି ।
କୃଷ୍ଣ ପ୍ରେମ ନୁହେଁ ଦୈହିକ କାମନା
ଥାଏ ସେଯେ ଦେହାତୀତେ
ପୂର୍ଣ୍ଣତା ଠାରୁ ଶୂନ୍ୟତା ଯାଏ
ଭରିଦିଏ ଆଶା କେତେ ।
କାମନା ବାସନା ନଥାଏ ଯୋଉଠି
ସେ ହେଉଛି କୃଷ୍ଣ ପ୍ରେମ
ଜୀବନ ଯୌବନ ସବୁ ଅକାଞ୍ଚନ
ଖାଲି ଦେଖାଯାନ୍ତି ଶ୍ୟାମ ।
##ମମତା ମଞ୍ଜରୀ ଦାସ ,କଟକ ##