Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଗଣତନ୍ତ୍ର

ଗଣତନ୍ତ୍ର

1 min
184



ଗଣତନ୍ତ୍ର ଆମ ବଢାଇଛି ନାମ

ବିଶ୍ବ ଦରବାରେ ଆଜି

ସର୍ବେ ହୋଇ ଏକ ରଖିଥିବା ଟେକ

ସଚ୍ଚା ନାଗରିକ ସାଜି ।

ମାଟିର ମମତା ଶିଖାଏ ନମ୍ରତା

ସ୍ନେହ ଶ୍ରଦ୍ଧା ଭାବପ୍ରୀତି

ଥିଲେ ବି ଆରତେ ଏ ଦେଶ ଭାରତେ

ଗାଉଥିବା ଜୟଗୀତି ।

ଆମରି ଗୌରବ ଜନ୍ମି ତା' ସୌରଭ

ପାଇଛୁ ମୁଠାଏ ବୋଲି

ଖେଳିଛୁ ବାଟୀରେ ଟୋପାଏ ମାଟିରେ

ଲଲାଟେ ତିଳକ ବୋଳି ।

ରହିଲେ ଭକତି ଜୀଇଁବା ଶକତି

ଲୋଡାନାହିଁ ଯଶ ମାନ

ଭୂମିରୁ ଯାହାର ପାଇଛୁ ଆହାର

ତା' ହିତେ ରଖିବା ଧ୍ୟାନ ।

ଜନନୀ ନିଳୟେ ଶତ୍ରୁଙ୍କ ବିଲୟେ

ଗଲେ ଯାଉ ଆମ ପ୍ରାଣ

ମାନସେ ବଚନେ ତା' ପୂଜା ଅର୍ଚ୍ଚନେ

ଲଭିବା ତ ପରିତ୍ରାଣ ।

ରହି ଏ ଦେଶରେ ବିବିଧ ବେଶରେ

ସତ୍ୟରେ ରଖିବା ଲୟ

ସ୍ବଦେଶୀ ରାଗରେ ବିଦେଶୀ ଆଗରେ

ତିଳେ ବି ନଥିବ ଭୟ ।

ଭାରତ ବନ୍ଦନ ନିମନ୍ତେ ଚନ୍ଦନ

ପୂଜାଧୂପ ନାହିଁ ଲୋଡ଼ା

ସଭିଙ୍କ ସଙ୍ଗରେ ଉଚିତ ଢଙ୍ଗରେ

ଭାଇଚାରା ଥିଲେ ଯୋଡ଼ା ।

ସକଳ ବରଗ ମିଶିଲେ ସରଗ

ଗଢିବା ଏ ଭୂମି ତଳେ

ରହି ସଚେତନ ତ୍ରିରଙ୍ଗା କେତନ

ବିଶ୍ବେ ଉଡାଇବା ବଳେ ।


ପ୍ରସନ୍ନ କୁମାର ମାଦଳା


Rate this content
Log in