ମୃତ୍ୟୁ ରୂପସୀ
ମୃତ୍ୟୁ ରୂପସୀ
କିଏ ଜାଣେ କେବେ ମୃତ୍ୟୁ ରୂପସୀ
ଅଭିସାର ଥିବ ରଚି
ମଧୁ ଯାମିନୀର ଶେଜ ସାଜିଥିବ
ଗୋଲାପ ଅତର ଛିଞ୍ଚି ,
କାହିଁକିବା ବନ୍ଧୁ ଆଉଟି ପାଉଟି
ତୃଷ୍ଣାରେ ଯିବା ବଞ୍ଚି
ଆସ ବସି ଢାଳି ଜୀବନ ମଦିରା
ପିଇ ଜୀଇଁ ଯିବା କିଛି .... ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ