ଗୁରୁତୁଲ୍ୟ ଗୁଗୁଲ୍
ଗୁରୁତୁଲ୍ୟ ଗୁଗୁଲ୍
ଗୁଗୁଲକୁ ମୋର ବିନମ୍ର ପ୍ରଣାମ
ୟୁଟୁବକୁ ଧନ୍ୟବାଦ
ଉଇକିପିଡ଼ିଆକୁ କ'ଣ କହିବି
ପାଖେ ନହିଁ ମୋର ଶବ୍ଦ ।।
ଗୁରୁଙ୍କ ପଦବୀ ଏମାନେ ଲୀଭାନ୍ତି
ଗୁରୁଙ୍କଠାରୁ ବି ବଳି
ନାହିଁ ଦିନରାତି ନାହିଁ ବର୍ଷାତାତି
ସର୍ଭିସ୍ ଦିଅନ୍ତି ଢ଼ାଳି ।।
ବିନା ସ୍ୱାର୍ଥରେ ସେ ସାହାଯ୍ୟ କରନ୍ତି
ନଭାବି ଆପଣାପର
ନିର୍ଭୁଲ ଭାବରେ ତଥ୍ୟ ଦେଇ ସିଏ
ପ୍ରିୟ ଆଜି ସଭିଙ୍କର ।।
ସେମାନେ ଅଟନ୍ତି ଗୁରୁତୁଲ୍ୟ ତାଙ୍କ
ସୁଜି ହେବନାହିଁ ଋଣ
ତାଙ୍କୁ ଛାଡିଦେଲେ ରହିହେବ ନାହିଁ
ଗୋଟେ ଦିନ ଗୋଟେ କ୍ଷଣ ।।