Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sujat Kumar Sahoo

Inspirational Abstract Others

4.5  

Sujat Kumar Sahoo

Inspirational Abstract Others

ଜନ୍ମଭୂମି

ଜନ୍ମଭୂମି

2 mins
6.9K


ବୀର ପ୍ରସବିନୀ ତୁମର ଜନନୀ

ଜଗତ ଘୋଷେ ଯାହାକୁ ।

କାନ୍ଦୁଅଛି ନେତୃ ବୁହାଇ ଧରଣୀ

କାନିରେ ପୋଛି ଲୁହକୁ ।

ପାଳିଥିଲା କେତେ ଆଦରେ ସାଦରେ

କରି ମନ ଭାବନାକୁ ।

ତୁମେକି ତାହା ଭୁଲିଲ,

ସବୁ ମାଟିରେ ମିଶାଇଲ । 1 ।

ଭାବିଥିଲା କେତେ ବଡ଼ ବଡ଼ କଥା,

ଭାବନାକୁ ଆଗେ ଥୋଇ ।

ଗାଇବାକୁ ତୁମ ପ୍ରଶଂସା ର ଗାଥା,

ମନେ ବ୍ୟାକୁଳତା ହୋଇ ।

ସାଇତି ରଖିଲା କେତେ କରି ଆଶା,

ପଣତେ ଗଣ୍ଠି ପକାଇ ।

ସବୁ ମାଟିରେ ଦେଲ ମିଶାଇ,

କାନ୍ଦୁଛି ତୁମର ଜନନୀ ।2।

ଭାବିଥିଲା ତାର ଏ ସନ୍ତାନ ବୀର,

ସାଗର ପରି ସେ ହୋଇ,

ଛାତିକୁ ଛାତି ସେ ଦେବେ ମିଶାଇ,

ସମ୍ମାନ ଜନନୀ ପାଇଁ ।

ଲଢ଼ିଯିବେ ସର୍ବେ ନିଜ ଦେଶ ପାଇଁ,

ଏକ ପ୍ରାଣ ବିନ୍ଦୁ ହୋଇ ।

ତୁମେକି ତାହା କରିଲ,

ସବୁ ମାଟିରେ ମିଶାଇଲ ।3 ।

କାନ୍ଦିଣ ଜନନୀ ତୁମର ଭାଳାଇ,

କେଉଁ ଅପରାଧ କଲି ।

କେଉଁ ଅପରାଧେ ଦୁଃଖିନୀ ମୁଁ ହେଲି,

କେତେ ଆଶା କରିଥିଲି ।

ମୋ ଆଶାକୁ ସର୍ବେ ଦେଲ ପୋଛାଇ,

ପଣତ ଗଣ୍ଠି ଫିଟାଇ ।

ସବୁ ମାଟିରେ ଦେଲ ମିଶାଇ,

କାନ୍ଦୁଛି ତୁମର ଜନନୀ ।4 ।

କହିଛି ସେ କେତେ ସାଙ୍ଗ ସାଥୀଙ୍କୁରେ,

ବଡ଼ ବଡ଼ କଥା କରି,

ସରବେ ସନ୍ତାନ ବୀର ମୋର ହେବେ

ହସ୍ତକୁ ଶକତ କରି ।

ଦେଶ କାର୍ଯ୍ୟ ପାଇଁ ସରବେ ଲଢ଼ିବେ

ଏକ ମନ ପ୍ରାଣ ହୋଇ ।

ତୁମେକି ତାହା କରିଲ,

ସବୁ ମାଟିରେ ମିଶାଇଲ ।5।

ଏବେରେ ଦେଖୁଛ ଭୀରୁ-କାପୁରୁଷ,

ଚକ୍ଷୁ ମଳି ମଳି ତଵ ।

ମା’ ବୁକେ ସତ ସତ କ୍ଷତ ବିକ୍ଷତ,

କଷଣ ଦେଉଛ ସର୍ବ ।

କେହିତ ନ ଭାଳି ରହିଛ ମଉନ,

ମୁଖକୁ ଚାହିଁ ରହିଛ ।

ସବୁ ମାଟିରେ ଦେଲ ମିଶାଇ,

କାନ୍ଦୁଛି ତୁମର ଜନନୀ 6 ।

ମ’ ଠାରୁ ବଡ଼ ନାହିଁ ଏ ସଂସାରେ,

ମା’ ପାଇଁ ଲଡ଼ ସୌଧ ଭରେ ।

ସ୍ୱର୍ଗ ସେହୁ ଦେବ ତୁମରି ଅନ୍ତରେ

ସେ ତୁମ ଲିଳା ତା ବୁକୁରେ ।

ତାର କାର୍ଯ୍ୟ ପାଇଁ ଲଢ଼ିଯାଅ ଆରେ,

ବିଶାଳ ଆନନ୍ଦ ଭୁଇଁରେ ।

କେତେ ଯେ ଆନନ୍ଦ ପାଇବ,

ଜନନୀ ତୁମର ହସିବ ।7।

ବଢିଅଛ ତାର ବୁକୁର ଉପରେ,

ହାତ ଧରା ଧରି ହୋଇ ।

ନାଚିଛ କୁଦିଛ ମନ ଆନନ୍ଦରେ,

ହସ ଗୀତ ଗାଇ ଗାଇ ।

କେତେ ଯେ ଝରଣା ବନ ପାହାଡରେ

ଲୁଚୁକାଳୀ ଖେଳ ଖେଳି ।

ତାହା କି ତୁମେ ଭୁଲିଲ,

ସବୁ ମାଟିରେ ମିଶାଇଲ ।8।

ରାଗ କରିନାହିଁ କେଭେ କା ଉପରେ

ମନା କରିନାହିଁ କାକୁ ।

ଆନନ୍ଦେ ହସିଛି ତୁମ ମନାନନ୍ଦେ

ଜୀବନ ଦାନ ଦେବାକୁ ।

ମିଶାଇଛି ତାଳ ତୁମରି ସାଥିରେ,

ଉତ୍ସାହିତ କରିବାକୁ ।

ତୁମେକି ତାହା ଭୁଲିଲ,

ସବୁ ମାଟିରେ ମିଶାଇଲ ।9।

ଏତେ କଷ୍ଟ ଶହେ ଜନନୀ ତୁମର,

ମୁଣ୍ଡ ପାତି ସେ ଦୁଃଖକୁ ।

ତାର ରକ୍ଷା କର୍ମେ କୁଣ୍ଠା କିମ୍ପା କର,

ଲୋତକ ତା ପୋଛିବାକୁ ।

ଭୀରୁ କି ହୋଇଲ କାପୁରୁଷ ପରି

ଡରି ବିଧର୍ମୀ ଶାସକୁ ?

ସବୁ ମାଟିରେ ଦେଲ ମିଶାଇ,

କାନ୍ଦୁଛି ତୁମର ଜନନୀ ।10 ।

ଚିନ୍ତା କରଥରେ ପୂର୍ବ ପୁରୁଷରେ,

କିପରି ସେ ଲଢୁଥିଲେ ?

ଧରଣୀ ପାଇଁ ସେ କେତେ ଭାଳି ଭାଳି

ଘର ବାସ ଛାଡ଼ୁଥିଲେ ।

ଖାଦ୍ୟପେୟ ସର୍ବ ଭୁଲି ଯାଉଥିଲେ,

ମାତା ସୁଖ ଭାଳେଣିରେ ।

ତୁମେକି ତାହା ଭୁଲିଲ,

ସବୁ ମାଟିରେ ମିଶାଇଲ ।11 ।

ତାଙ୍କରି ସନ୍ତାନ ହୋଇ ତୁମେ ଭୀରୁ

ଜନମ କାହିଁକି ନେଲ ?

ପୂର୍ବ ପୁରୁଷ ଙ୍କ ଗଙ୍ଗା ଗୋଦାବରୀ

ନିଜ ଦେଶେ କିମ୍ପା ଦେଲ ?

ତୁମେତ ଶୋଣିତ ରକ୍ତରଂଜିତର

ପୁତ୍ର ହୋଇ କାହିଁ ଭୁଲ ?

ସବୁ ମାଟିରେ ଦେଲ ମିଶାଇ,

କାନ୍ଦୁଛି ତୁମର ଜନନୀ 12 ।

----------------------------------------

      ସୁଜାତ


Rate this content
Log in