Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Abstract Inspirational

3  

Pranati Mahapatra

Abstract Inspirational

ଜୀବନ

ଜୀବନ

1 min
7.0K


ଜୀବନର ଡ଼ଙ୍ଗା ବାହିବାକୁ ହୁଏ

    ଜୀବନରେ ଏକାଏକା,

ସମ୍ପଦରେ ସର୍ବେ ଆପଣାର ଥାନ୍ତି

   ବିପଦେ ନ ଥାଏ ଦେଖା ।

ବୃହତ ଜଗତର କ୍ଷୁଦ୍ରାତିକ୍ଷୁଦ୍ର ମୁଁ

     ପଥହରା ପଥିକଟେ ,

ପ୍ରଭୁ ଜଗନ୍ନାଥ ଏକା ଆଶା ମୋର  

  ଲୋଡାନାହିଁ କା'ର ଦୟା ଭିକ୍ଷାଟେ ।

ସାହା ଚଉବାହା ନିଳାଦ୍ରୀ ବିହାରୀ

       ତାଙ୍କ ନାମ ଗାଇ ଗାଇ,

ଏ ଭବ ସାଗରୁ ପାରି ହେବି ନିଶ୍ଚେ

    ବିଶ୍ୱାସ ହରାଇ ନାହିଁ।

କଳିର କଳ୍ମୁଷ କରି ସିଏ ନାଶ

   ଆସିବେ ମୋ ପାଶେ ଧାଇଁ,

ଭରା ପାପ ପଙ୍କୁ ଉଦ୍ଧାରିବେ ମୋତେ

    ଭକ୍ତ ସିଏ ଭାବଗ୍ରାହୀ ।

ପ୍ରଣତି ମହାପାତ୍ର

ବାଲେଶ୍ୱର


Rate this content
Log in

Similar oriya poem from Abstract