ସଂଳାପ-୮୭
ସଂଳାପ-୮୭
1 min
6.9K
ନିଧାଘ ଗ୍ରୀଷ୍ମ ପାଖରୁ
କୁଆଡୁ ଆସିବ ଅମୃତପୀୟୂଷ,
ଅନ୍ଧାର ବଖରାରେ
ଯଦି
ଖୋଜି ଚାଲି ଥିବି
କଳାବିରାଡ଼ି, ମିଳିବ ନି କି ?
ଖାଲି ଛାର ନିରାଶତା------!
ଛାତି ତଳ ବୁକୁ ଫଟା
କୋହ କେମିତି କମିବ
ଯଦି ନ ଭୁଲିବ ତୁମ ଅତୀତ
ବର୍ତ୍ତମାନରେ ବଞ୍ଚିବା ନ ଶିଖିବ
ଭାଙ୍ଗି ଯିବ ନି କି ? ଭବିଷ୍ୟତ
ସମ୍ଭାଳି ନିଅ ତୁମେ
ଦାଉ ସମୟର ,ଗ୍ରୀଷ୍ମ ନିଦାଘର
ତମେ ପା
ମୋ କବିତା,କବିର ମାନସ ନାୟିକା
ବିରହି ଚକୋରି ବି ତ ଖୁସି ହୁଏ
ଦେଖି ଦୂରରୁ ଜହ୍ନ
ଖୋଲି ଦିଅ,କରିଦିଅ ମୁକ୍ତ
ରୁଦ୍ଧ ବାତାୟନ ,
ଶୃଙ୍ଖଳାବଦ୍ଧ ଥିବା ତୁମ ମନ,
ଶୁନ୍ୟ ନାୟିକା
ମୁଁ ପରା ଅଛି,
ତୁମ ଭାଵ ନାଵର କାତ------------!
©®କାଶ୍ୟପ,ରାୟଗଡା ।